କାର୍ତ୍ତିକ ସାହୁଙ୍କୁ ଦଳରୁ ବିଦା କରିବା ପରେ ,ଢେଙ୍କାନାଳ ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକଙ୍କ ସହିତ ସରପଂଚ ଓ ସମିତି ସଭ୍ୟ ବିଜେଡି ଛାଡିଲେ

କଙ୍କଡାହାଡ଼ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁଙ୍କୁ ବିଜେଡି ଦଳରୁ ବୀନା କାରଣରୁ ଦଳରୁ ବହିଷ୍କାର କରିବା ପରେ ଆଜି ଢେଙ୍କାନାଳ ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ରାଜେଶ କୁମାର ଦେହୁରୀ ।ସେ ବିଗତ ୬ବର୍ଷ ହେଲା ବିଜେଡି ଦଳରେ ସଂଗଠନ ଦାୟିତ୍ୱରେ ରହିବା ସହ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରୁଥିଲେ । ଦଳର ସଙ୍ଗଠନିକ କାମରେ ଥିବାବେଳେ ସ୍ଥାନୀୟ ପରଜଙ୍ଗ ବିଧାୟକ ନୃସିଂହ ସାହୁ ତାଙ୍କୁ ସହଯୋଗ କରିନଥିବା କାରଣରୁ ସେ ଇସ୍ତଫା ଦେଇଥିବା ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ।ଏହା ସହିତ ଦଳିୟ କାର୍ଯ୍ୟକ୍ରମରେ କୈାଣସି ସହଯୋଗ ମଧ୍ୟ କରାଯାଉନଥିଲା ।ଏମିତିକି ବିଧାୟକ ଯୋଗୁ କଙ୍କଡାହାଡ଼ ବ୍ଲକରେ ଦଳ ଦିନକୁ ଦିନ ଦୂର୍ବଳ ହେଉଛି ।ବିଧାୟକ କେବଳ ଏକ ଠିକାଦାର ଗୋଷ୍ଠିକୁ ଧରି କଙ୍କଡାହାଡ଼ ବ୍ଲକରେ ସଭାସମିତି କରୁଥିଲେ ।ସାଧାରଣ ଲୋକ ସରକାରଙ୍କ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି ।ବିଧାୟକ ନିଜ ନିର୍ବାଚନ ମଣ୍ଡଳିରେ ବୁଲିବା କିମ୍ବା ଲୋକ ସଂପର୍କ ବଢାଇବାରେ ବିଫଳ ହୋଇଛନ୍ତି ।ଆଜି ଏଠାରେ ବାମ ପଂଚାୟତ ସମିତି ସଭ୍ୟ ଲାଷ୍ମୀ ହେସା ,ମକୁଆକାଟେଣୀ ପଂଚାୟତ ସରପଂଚ ଦୀପା ମଞ୍ଜରୀ ସାହୁଙ୍କ ସମେତ ଆହୁରି ୨୦ରୁ ୨୫ ଜଣ ଦଳିୟ କର୍ମି ଓ ପଦାଧିକାରି ଇସ୍ତଫା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *