ହାତୀକୁ କାବୁ କରିବାରେ ଜଙ୍ଗଲ ବିଭାଗ ବିଫଳ ହେବାରୁ ଶେଷରେ ଆତଙ୍କିତ ଗ୍ରାମବାସୀ ଜିଲାପାଳ ଙ୍କ ଦ୍ୱାରସ୍ତ ହେଲେ ।

କନ୍ଧମାଳ, ଫୁଲବାଣୀ ଦୀର୍ଘ ଏକ ମାସ ଧରି ଆତଙ୍କ ଖେଳାଇ ଦୁଇ ଜଣଙ୍କୁ ମାରିଥିବା ହାତୀ କୁ ଜଙ୍ଗଲ ବିଭାଗ କାବୁ କରି ନ ପାରିବାରୁ ଶେଷରେ ଗ୍ରାମବାସୀ କନ୍ଧମାଳ ନୂତନ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦ ଭୂଷଣ ଙ୍କ ଦ୍ୱାରସ୍ତ ହେଲେ । ଜି ଉଦୟଗିରି ର ଶହ ଶହ ମହିଳା ପୁରୁଷ ଙ୍କୁ ସା ଥିରେ ନେଇ ଅମନ ନାୟକ ଙ୍କ ନେତୃତ୍ୱରେ ଜିଲ୍ଲା ପାଳ ଙ୍କ ସହ ଆଲୋଚନା କରି ରାଜ୍ୟ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ରାଜ୍ୟ ପାଳ ମାନ୍ୟବର ହରି ବାବୁ, ଓ ଜଙ୍ଗଲ ବିଭାଗ ଉଚ୍ଚ କତ୍ତୃପକ୍ଷ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ, ଡ୍ରୋନ କେମେରା ରେ ହାତୀର ଗତିବିଧି କୁ ମନିଟୋରିଙ୍ଗ କରିବା, ଏକ ରାପିଡ଼ ରେସପୋନ୍ସ ଡିଭାଇସ ପ୍ରତିଷ୍ଠା କରିବା ପ୍ରଭୃତି ୬ ଦଫାର ଅନ୍ତର୍ଭୁକ୍ତ! କନ୍ଧମାଳ କ୍ଷିପ୍ର ନାୟିକ ମଞ୍ଚ ପକ୍ଷରୁ ମଧ୍ୟ୍ୟ ସଭାପତି ସନ୍ତୋଷ କୁମାର ଡିଗଲ, ଉପସଭାପତି ସିମାଞ୍ଚଳ ବେହେରା ଓ ସାଧାରଣ ସମ୍ପାଦକ ଆଇନଜୀବୀ ତୁଷାର ନାୟକ ହାତୀ କୁ ଟ୍ରାଙ୍କୁ ଲାଇଜ କରାଯାଇ ସ୍ଥାନାନ୍ତର କରିବା ଓ ମୃତକଙ୍କୁ କ୍ଷତି ପୂରଣ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜଙ୍ଗଲ ବିଭାଗର ବିଫଳତା ନେଇ ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି । ନବନିର୍ମାଣ କୃଷକ ସଙ୍ଘ ପକ୍ଷରୁ ହାତୀ ଫସଲ ନଷ୍ଟ କରୁଛି ଓ ଘର ଭାଙ୍ଗୁଛି । ଭୟରେ ଚାଷୀ ବିଲକ ଯାଇପାରୁନାହାନ୍ତି ବୋଲି ତୁରନ୍ତ ହାତୀକୁ କାବୁକରିବାକୁ ଓ ଘରଭାଙ୍ଗିଥିବା ଲୋକଙ୍କୁ ବାସଗୃହ ପାଇଁ ସହାୟତା ଦାବିକରିଛନ୍ତି ।

Leave a Reply

Your email address will not be published. Required fields are marked *