ପୁଣି ଜନଜୀ ଯନ୍ତ୍ରଣା ; ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ
ପୁଣି ଜନଜୀ ଯନ୍ତ୍ରଣା ; ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ () ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ପୁଣି ଯନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଗାଁକୁ ପକ୍କା ରାସ୍ତା ନଥିବାରୁ ଆଶା ଦିଦି, ଆମ୍ବୁଲାନ୍ସ କର୍ମଚାରିଙ୍କ ଏବଂ ପରିବାର ଲୋକଙ୍କ ସହାୟତାରେ ନଦୀ ପାର କରାଯାଇ ପ୍ରାୟ ଏକ କିଲୋମିଟର ଷ୍ଟ୍ରେଚରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୋଡିପାରି ପଞ୍ଚାୟତ କଣ୍ଟାବାଞ୍ଜି ଗାଁରେ। ଗର୍ଭବତୀ କଲାମଣି ମାଝୀ ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ପାରିବାର ବର୍ଗ। କାଶୀପୁର ଠାରୁ ୧୦୮ ଆମ୍ବୁଲାନ୍ସ ଗର୍ଭବତୀ ଙ୍କ ଗାଁ ଅଭିମୁଖେ ଗଲା କିନ୍ତୁ କଣ୍ଟାବାଞ୍ଜି ଗାଁର ୧ କିମୀ ପୂର୍ବରୁ ଅଟକି ଗଲା ଆମ୍ବୁଲାନ୍ସ। କାରଣ ଗାଁକୁ ଯିବାକୁ ରାସ୍ତା ନାହିଁ ଏକ ନଈ ପାର ହେବାକୁ ପଢ଼ିବ ଫଳରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା ଏଣୁ ଘରେ ହିଁ ଆଶା ଦିଦିଙ୍କ ସହାୟତାରେ ପ୍ରସବ ହୋଇଥିଲା।ଓ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଠିକ୍ ନଥିବାରୁ ଆଶା ଦିଦି ରଂଜିତା ନାଏକ,ଆମ୍ବୁଲାନ୍ସ ଚାଳକ ପରିକ୍ଷିତ ନାଏକ,ଫର୍ମାଷିଷ୍ଟ ରମେଶ ମିଝୀ,ହେଲପର ଅମରସିଂ ମାଝୀଙ୍କ ସହ ପରିବାର ଲୋକେ ଚାଲି ଚାଲି ଗାଁରେ ପହଞ୍ଚି ଷ୍ଟେଚର ମାଧ୍ୟମରେ ନଈ ଭିତରେ ପଶି ଖାଲଖମା ରାସ୍ତାରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ।ଏହାପରେ ତାଙ୍କୁ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ସହ ବତ୍ର୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଠିକଥିବା ସୂଚନା ମିଳିଛି।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
