ପୁଣି ଶ୍ରୀମନ୍ଦିର ସିଂହଦ୍ୱାରରେ ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର ।
ପୁଣି ଶ୍ରୀମନ୍ଦିର ସିଂହଦ୍ୱାରରେ ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର । ଗତକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ସମୟରେ ପ୍ରବଳ ଗହଳି ମଧ୍ୟରେ ଜଣେ ମହିଳା ପୋଲିସ କର୍ମଚାରୀ ଜଣେ ମହିଳା ଭକ୍ତଙ୍କୁ ଟାଣିଵା ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l ଉକ୍ତ ମହିଳା ଭକ୍ତ ଜଣକ ତାଙ୍କ ବାପାଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ୱାର ପଟେ ଯିବା ସମୟରେ ପଛରେ ବାପା ରହିଯାଇଥିଲେ। ବାପାଙ୍କୁ ଆଣିବାକୁ ଯାଉଥିବାବେଳେ ମହିଳା ପୋଲିସ କର୍ମଚାରୀ ଜନୈକା ମହିଳା ଭକ୍ତଙ୍କୁ ଟାଣି ଆଣି ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l ସେହି ମହିଳା ପୋଲିସ କର୍ମଚାରୀ ଜଣଙ୍କ ଦୀପାବଳି ଅମାବାସ୍ୟା ଦିନ ମଧ୍ୟ କିଛି ଭକ୍ତଙ୍କ ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା l ତେବେ ପ୍ରଶ୍ନ ଉଠୁଛି ସେହି ମହିଳା ପୋଲିସ କର୍ମଚାରୀ ବାରମ୍ବାର ଏହିଭଳି ଭକ୍ତ ମାନଙ୍କୁ ଦୁର୍ବ୍ୟବହାର ସହ ଟଣାଟଣି କରିବା କେତେଧୂର ଯଥାର୍ତ। ଏହି ଦୁଇଟି ଭିଡିଓ ଭାଇରାଲ ପରେ ଏବେ ଶ୍ରୀମନ୍ଦିରରେ ପୋଲିସର ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସମସ୍ତ ଭିଡିଓ ହ୍ୱଟସପରେ ଯାଇଛି,,, ଦୀପାବଳି ଦିନ ମହିଳା ପୋଲିସ ଜଣକ ଦୁର୍ବ୍ୟବହାର କରିବା ଭିଜୁଆଲ୍ ହ୍ୱଟସପରେ ମଧ୍ୟ ଯାଇଛି,,, ଉଭୟ ଭିଜୁଆଲ୍ ଦେଖାଇବେ
