ପୁଣି ଶ୍ରୀମନ୍ଦିର ଦଶବତାର ମୂର୍ତ୍ତି କୁ ନେଇ ଜୋର୍ ଧରିଲା ଚର୍ଚ୍ଚା ।
ପୁଣି ଶ୍ରୀମନ୍ଦିର ଦଶବତାର ମୂର୍ତ୍ତି କୁ ନେଇ ଜୋର୍ ଧରିଲା ଚର୍ଚ୍ଚା । ନବନିର୍ମିତ ଅପୂଜା ମୂର୍ତ୍ତି କୁ ପୂଜା ଆବାହନ କଲା ଜଗନ୍ନାଥ ସେନା। ଶିଳ୍ପୀ କାରଖାନାରେ ଅପୂଜା ପଡ଼ି ରହିଛନ୍ତି ନବ ନିର୍ମିତ ଦଶାବତାର ମୂର୍ତ୍ତି।ସେପଟେ ଫୁଙ୍ଗୁଳା ଦିଶୁଛି ଶ୍ରୀମନ୍ଦିର ମୁଖ ଶାଳା। ଲାଗି ପାରୁନି ନୂଆ ଦଶାବତାର ମୂର୍ତ୍ତି ।ଶିଳ୍ପୀ ଶାଳରେ ମୂର୍ତ୍ତିଙ୍କୁ ପୂଜା କରିଛି ଜଗନ୍ନାଥ ସେନା। 2012 ରୁ ଆଜକୁ ଗତ 13 ବର୍ଷ ଧରି ଶ୍ରୀମନ୍ଦିର ମୁଖଶାଳାରେ ଲାଗିପାରୁନି ଦଶାବତାର ମୂର୍ତ୍ତି । ଶ୍ରୀମନ୍ଦିରରୁ ଚୂନ ଛଡ଼ାଯିବା ବେଳେ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟ ଦ୍ଵାରର ଉପରେ ଲାଗିଥିବା ଚୂନରେ ନିର୍ମିତ ପୁରାତନ ଦଶାବତାର ମୂର୍ତ୍ତି କୁ କାଢି ନିଆଯାଇଥିଲା । ବିଘ୍ନ ମୂର୍ତ୍ତି ବଦଳରେ ନୂଆ ପଥର ମୂର୍ତ୍ତି ପ୍ରସ୍ତୁତ କରିବାକୁ ଶିଳ୍ପୀଙ୍କୁ କୁହାଯାଇଥିଲା । 35 ହଜାର ଟଙ୍କାରେ ପାରିଶ୍ରମିକ ଛିଡାଇ ଥିଲା ଏ ଏସ ଆଇ ।

ମୂର୍ତ୍ତି 3 ମାସ ମଧ୍ୟରେ ପ୍ରସ୍ତୁତ ହୋଇଥିଲା । ନିୟମ ଅନୁଯାୟୀ ଯାହା ଫଟୋ ରହିଥିଲା ସେଇ ଅନୁସାରେ ମୂର୍ତ୍ତି ତିଆରି କରିଥିଲେ ଶିଳ୍ପୀ ମହେନ୍ଦ୍ର । ତେବେ ଦଶାବତାରର 9ମ ସ୍ଥାନରେ ବୁଦ୍ଧ ନା ଜଗନ୍ନାଥ ତାକୁ ନେଇ ଲାଗିଥିଲା ବିବାଦ । ଏହାପରେ ଆଉ ନିଜ ସ୍ଥାନକୁ ଫେରିନାହାନ୍ତି ମୂର୍ତ୍ତି । ତେବେ ଆଜି ଶିଳ୍ପୀକୁ ପାରିଶ୍ରମିକ ବାବଦକୁ 35 ହଜାର ଟଙ୍କା ଦେଇଛି ଜଗନ୍ନାଥ ସେନା । ଏହି 35 ହଜାର ଟଙ୍କା ସେତେବେଳେ ମୂଲ୍ୟ କରିଥିଲା ଏ ଏସ ଆଇ । ଏବେ ଏହାକୁ ନେଇ ମୁଖ ଶାଳାରେ ଲାଗି କରିବାକୁ ଦାବି କରିଛି ଜଗନ୍ନାଥ ସେନା l
