ଅଙ୍ଗନାୱାଡି ଛତୁଆ ଖାଇ ମୁତ୍ଯୁ ଘଟଣା ର ସିପିଏମ୍ ପ୍ରତିନିଧି ମଣ୍ଡଳୀର ବ୍ରହ୍ମପୁର ରେ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପୁର – ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ରାମଗିରି ଥାନା ରାମଗିରି ଗ୍ରାମ ଜେମା କୁଡ଼ିଆ ବସତିରେରେ ଅଙ୍ଗନୱାଡି କେନ୍ଦ୍ର ତରଫରୁ ଦିଆ ଯାଇଥିବା ଛତୁଆ ଖାଇ ମୁତ୍ଯୁ ଘଟଣାର ପ୍ରକୃତ ସତ୍ୟତା ଦେଖିବା ପାଇଁ ଆଜି ଗ୍ରସ୍ତ ସିପିଏମ୍ ପ୍ରତିନିଧି ମଣ୍ଡଳୀଙ୍କ ବ୍ରହ୍ମପୁର ରେ ସାମ୍ବାଦିକ ସମ୍ମିଳନୀ । ଛତୁଆ ଖାଇ 50ବର୍ଷ ବୟସ୍କ ଅର୍ଜୁନ ବଡ଼ ମୁଣ୍ଡି ଙ୍କ 3ବର୍ଷର ଝିଅ ଗୁଣମତି ଏବଂ ନାତୁଣୀ 5ବର୍ଷ ର ତୁଳସୀର ମାର୍ଚ୍ଚ 21ତାରିଖ ଦିନ ମୁତ୍ଯୁ ହୋଇଥିବା ବେଳେ ବାପା ଅର୍ଜୁନ ମୁଣ୍ଡିଆ ବଡ଼ ଝିଅ 13ବର୍ଷ ର ସୁମିତ୍ରା ବଡ଼ମୁଣ୍ଡି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍ କେ ସିଜି ମେଡିକାଲରେ ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ସ୍ଥାନୀୟ ସରକାରୀ ଅଙ୍ଗନାୱାଡି କେନ୍ଦ୍ର ରୁ ବଣ୍ଟନ କରାଯାଇ ଥିବା ପୁରୁଣା, ତିଆରି ତାରିଖ ନ’ଥିବା ଚତୁଆ ଖାଇ ଦୁଇ ଶିଶୁ ମୁତ୍ଯୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେବା ଘଟଣା ରାଜ୍ୟ ଶାସନ ବ୍ୟବସ୍ଥା ର ଅସଲ ଚିତ୍ର ସ୍ପଷ୍ଟ କରିଦେଇଛି ବୋଲି ସେମାନେ କହିଛନ୍ତି।

ସିପିଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ କହିଛନ୍ତି ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଆଦିବାସୀ ହିଁ ବେସି ଅସୁରକ୍ଷିତ ହୋଇ ରହିଛନ୍ତି।ଆଜି ମାର୍ଚ୍ଚ26 ତାରିଖ ଦିନ ସିପିଏମ୍ ର ପୂର୍ବ ତନ ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ରାମଗିରି ଗ୍ରାମକୁ ଯାଇ ତାଙ୍କ ପରିବାର ସଦସ୍ୟ ଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଯୁଧିଷ୍ଠିର ବେହେରା, ରାଜ୍ୟ କମିଟି ସଭ୍ୟ ଦଣ୍ଡପାଣି ରଇତ, କୈଲାସ ସଢଙ୍ଗୀ, ଗୋକୁଳ ଦଲବେହେରା, ମାନସ ଜେନା ପ୍ରମୁଖ ଯାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି ଏହି ଘଟଣାର ଦାୟୀ ଅଧିକାରୀ ଙ୍କୁ ତୁରନ୍ତ ଦୁଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କର। ପିଡିତା ପରିବାରକୁ ଯଥା ଶ୍ରୀଘ୍ର କ୍ଷତିପୁରରଣ ଭାବେ 10ଲକ୍ଷ ଟଙ୍କା, ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଏବଂ ମୁଣ୍ଡ ପିଛା 10କିଲୋ ଲେଖାଏଁ ଚାଉଳ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଅଳି କିଶୋର ପଟ୍ଟନାୟକ, ଯୁଧିଷ୍ଟିର ବେହେରା, କୈଲାସ ସଢଙ୍ଗୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *