ଶ୍ରୀମନ୍ଦିର ନୀଳଚକ୍ର ବାନା ଛିଣ୍ଡିବା ନେଇ ଉଠିଛି ପ୍ରଶ୍ନ
ଗତକାଲି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଶ୍ରୀମନ୍ଦିର ନୀଳଚକ୍ର ସହ ସଂଯୋଗ ହୋଇ ରହୁଥିବା ମାଳମାଳ ମାନସିକ ବାନା ଗତକାଲି ସନ୍ଧ୍ୟା ସମୟରେ ଛିଣ୍ଡିଯାଇଥିଲା । ଯାହାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏହା ଶୁଭ ସଙ୍କେତ ନା ଅଶୁଭ ସଙ୍କେତ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଚୁନେରା ସେବକ ମାନଙ୍କ ଦ୍ଵାରା ପ୍ରତିଦିନ ଭଳି ବାନା ପରିବର୍ତ୍ତନ ସମୟରେ ଭକ୍ତମାନଙ୍କ ଦ୍ବାରା ପ୍ରଦତ୍ତ ମାନସିକ ବାନା ନୀଳଚକ୍ରରୁ ଛିଣ୍ଡି ଯାଇଥିଵା ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ପ୍ରତ୍ୟକଦିନ ଭକ୍ତଙ୍କ ଦ୍ବାରା ପ୍ରଦାନ ହୋଇଥିବା ମାନସିକ ବାନାକୁ ଚୁନେରା ସେବକ ମାନେ ନୀଳଚକ୍ରରେ ବାନ୍ଧୁଥିବା ବେଳେ ଗତକାଲି ଏହା ସମ୍ପୂର୍ଣ୍ଣ ଛିଡି ପଡିଥିବା ଦେଖିବାକୁ ମିଳିଥିଲା। ପରେ ଏହି ମାଳମାଳ ମାନସିକ ବାନାକୁ ପୁନଃ ନୀଳଚକ୍ର ସହ ସଂଯୋଗ କରାଯାଇଥିଲା। ସେପଟେ ଦୁଇଦିନ ପୂର୍ବରୁ ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଉପରେ ଦୀର୍ଘସମୟ ଧରି ଚିଲ ବସି ଉଡିଥିବା ବେଳେ ଆଜି ଏଭଳି ଘଟଣା ଘଟିବା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
