ଖଜୁରୀପଡ଼ା ବ୍ଲକ କୃଷି ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ।
ଫୁଲବାଣୀ:-୦୪/୦୬ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ କୃଷି ଓ କୃଷକର ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ସମସ୍ତ କୃଷି ଯୋଜନା ଉପରେ ଚାଷୀ ମାନଙ୍କୁ ସଚେତନତା କରିବା ପାଇଁ ମେ ମାସ ୨୯ ତାରିଖ ଠାରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଚାଷୀଙ୍କ ନିକଟରେ ବିକଶିତ କୃଷି ସଙ୍କଳ୍ପ ଅଭିଯାନ ରଥ ପହଞ୍ଚି ସଚେତନ ବାର୍ତ୍ତା ଦେବ କାର୍ଯ୍ୟକ୍ରମ ରହିଥିବା ବେଳେ ମଙ୍ଗଳବାର ଦିନ ଠାରୁ ଏହି କାର୍ଯ୍ୟକ୍ରମ ଖଜୁରୀପଡ଼ା ବ୍ଲକରେ ବ୍ଲକ କୃଷି ଅଧିକାରିଣୀ ସୁଶ୍ରୀ ରଶ୍ମିତା କୁମାରୀ ସ୍ବାଇଁ ଙ୍କ ଆଧ୍ୟକ୍ତାରେ ଶୁଭାରମ୍ଭ ହୋଇଥିବ ଦେଉଥିବା ଦେଖିବାକୁ ମିଳିଛି। ଗତ ମଙ୍ଗଳବାର ଦିନ ବ୍ଲକର ଟିଟ୍ରାପଙ୍ଗା ପଞ୍ଚାୟତ ଓ ବଲସକୁମ୍ପା ଦୁଇ ପଞ୍ଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ ରଥ ପହଞ୍ଚି ଚାଷୀକୁଳ ମାନଙ୍କୁ ନେଇ ଏହି ଅଭିଯାନର ସଚେତନତା ସମ୍ମିଳନୀ ଶିବିର ଅନୁଷ୍ଠିତ ହୋଇ ହୋଇଯାଇ ଥିବା ବେଳେ ବୁଧବାର ଦିନ ସୁଡୁକୁମ୍ପା ପଞ୍ଚାୟତ ଠାରେ ମଧ୍ୟ ସଚେତନତା ରଥ ପହଞ୍ଚିଲା ପରେ ବହୁ ଆଡ଼ମ୍ବର ସହକାରେ ସମ୍ମିଳନୀ ଶିବିର ଅନୁଷ୍ଟିତ ହୋଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ଲକ କୃଷି ବିଭାଗର ସହକାରୀ କୃଷି ଅଧିକାରିଣୀ ସୁଶ୍ରୀ ମମତା ମହାନ୍ତି ଶିବିର ପରିଚାଳନା କରିବା ସହିତ ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହାପରେ ଚାଷର କୌଶଳ ପ୍ରଣାଳୀ ମାଟିର ଜୈବ ଖତ ସାରକୁ ଅଧିକ ଗୁରୁତ୍ଵ ଦେଇ ବ୍ୟବହାର କରିବା,ମାଟିକୁ ପରୀକ୍ଷା କରି ଚାଷ କରିବା କୃଷି ଯୋଜନା ସମ୍ପର୍କ ଉପରେ ଚାଷୀ ମାନଙ୍କୁ ବ୍ଲକ କୃଷି ବିଭାଗ ଅଧିକାରିଣୀ ସୁଶ୍ରୀ ରଶ୍ମିତା କୁମାରୀ ସ୍ବାଇଁ ଏହି ବିକଶିତ କୃଷି ସଂକଳ୍ପ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟରେ ସୂଚନା ପ୍ରଦାନ କରି ସରକାରଙ୍କ ମହୋତ୍ୱ ପୂର୍ଣ୍ଣ କୃଷି ଯୋଜନାର ସଫଳ ରୂପାୟନ ପାଇଁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ସେଇଭଳି ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ଃ.ସୁଜିତ୍ କୁମାର ମୁଖି,ଜାତୀୟ ଧାନ ଗବେଷକ ଡ଼ଃ.ବିଶ୍ବରଂଜନ ବେହେରା ଡ଼ଃ.ପରମେଶ୍ୱରଣ,କୃଷି ଜଳ ବିଭାଜିକା ପି.ଆଇ.ଏ ବିଦ୍ୟାଧର ବେହେରା.ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ତଥା ସରକାରଙ୍କର ବିଭିନ୍ନ କୃଷକ କଲ୍ୟାଣ ଯୋଜନା ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ସଚେତନତା କରିଥିଲେ ଓ ଆବଶ୍ୟକ ସ୍ଥଳେ ଚାଷର ଆଉ କିଛି ପ୍ରଣାଳୀ ଉପରେ ଜାଣିବାକୁ ଚାହିଁଲେ ଯୋଗାଯୋଗ କରି ବୁଝିନେବେ ବୋଲି ଉପସ୍ଥିତ ସମସ୍ତ ଚାଷୀଙ୍କୁ କହିଥିଲେ।ଅନୁଷ୍ଟିତ କାର୍ଯ୍ୟକ୍ରମରେ ଶତାଧିକ କୃଷକ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସହଯୋଗ କରିବାରେ ଏଟିଏମଏ ସୌମ୍ୟରଞ୍ଜନ ଭଦ୍ର ଓ ହୃଷୀକେଶ ଦାସ। ପ୍ରମୁଖ ଭୂମିକା ଗ୍ରହଣ କରିଥଲେ।
