ଜଗତସିଂହପୁର ଜିଲ୍ଲାରେ 5ଦିନ ଧରି ଚାଲିଥିବା କୃଷି ଯନ୍ତ୍ରପାତି ମେଳା ଉଦଯାପିତ

*- ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଗତ 5ଦିନ ଧରି ହେଉଥିବା ଜିଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇ ଯାଇଛି । ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ,ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା ପ୍ରମୁଖ ଯୋଗ ଦେଇ ଉର୍ଣ୍ଣତ ପ୍ରଣାଳୀର କୃଷି ଯନ୍ତ୍ରପାତି ମାଧ୍ୟମରେ କିପରି ଚାଷୀ ମାନେ ସୁବିଧାରେ ଚାଷ କରିବା ସହ ଅଧିକ ଅମଳ କରି ପାରିବେ ସେ ବାବଦରେ ଆଲୋକପାତ କରିଥିଲେ । ଏହା ସହିତ ସବସିଡ ମାଧ୍ୟମରେ କୃଷି ଯନ୍ତ୍ରପାତି କିପରି ଚାଷୀ ମାନଙ୍କୁ ଯୋଗାଇ ଦିଆଯିବା ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ଅତିଥି ମାନଙ୍କ ଦ୍ୱାର ଜିଲ୍ଲା ର୍ ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *