ବନ ବିଭାଗ ପକ୍ଷରୁ ଏକ୍ରିକ୍ ଯୋଜନାରେ କୃଷି ଉପକରଣ ବଣ୍ଟନ, ଯୋଗଦେଲେ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,

ବନ ବିଭାଗ ପକ୍ଷରୁ ଏକ୍ରିକ୍ ଯୋଜନାରେ କୃଷି ଉପକରଣ ବଣ୍ଟନ, ଯୋଗଦେଲେ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କାକଟପୁର- :ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ କାକଟପୁର ତହସିଲ ପଡିଆରେ ଭାରତୀୟ ଉପକୂଳବର୍ତ୍ତୀ ଅଧିବାସୀ ଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପାଈଁ ଏକ୍ରିକ୍ ଯୋଜନାରେ ଚାଷୀ ମାନଙ୍କୁ ଯାନ୍ତ୍ରିକ କୃଷି ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଚାଷୀ ମାନଙ୍କୁ କୃଷି ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଂଚଳରେ ସ୍ୱାବଲମ୍ବି ମହିଳା ନିଜସ୍ୱ ଜମିରେ ପୋଖରୀ ଖନନ ନିମନ୍ତେ ସ୍ଥାନୀୟ ଚାଷୀ ମାନଙ୍କୁ ସମନ୍ୱିତ ଚାଷ ପଦ୍ଧତି ଆପଣାଇ ନିଜର ଆୟ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ଘାସ ଉପୁଡା ଯନ୍ତ୍ର, ସ୍ପ୍ରେ ମେସିନ, ଗୋଟିଏ ତେଲ ଘଣା ମେସିନ, ଗୋଟିଏ ଓଜନ ଯନ୍ତ୍ର ଓ ଗୋଟିଏ ପ୍ୟାକେଟିଂ ମେସିନ ସର୍ବମୋଟ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ଏକ୍ରିଜ୍ ଯୋଜନାରେ ପୁରୀ ଜିଲ୍ଲା ସହ ରାଜ୍ୟର ୪ ଟି ଜିଲ୍ଲାରେ ଉନ୍ନତ ଧରଣର କାଦୁଅ କଙ୍କଡା ଚାଷ, ରଙ୍ଗୀନ ମାଛ ଚାଷ, ଶ୍ରୀ ପ୍ରଣାଳୀରେ ଧାନ ଚାଷ, ହେନ୍ତାଳ ବୃକ୍ଷ ରୋପଣ ଆଦିକୁ ଗୁରୁତ୍ଵ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ବନଖଣ୍ଡ ଅଧିକାରୀ ମଗର ଧନୋଜୀ ରାସୋ, ଅତିରିକ୍ତ ବନଖଣ୍ଡ ଅଧିକାରୀ ସଞ୍ଜୀବ ପଣ୍ଡା, ଅଶୋକ କୁମାର ବେହେରା, ବ୍ଳକ ଅଧକ୍ଷ ଶ୍ରୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚକ ଅଧିକାରିଣୀ ମୋନାଲିଶା ମହାପାତ୍ର ପରିଚାଳନା କରିଥିବା ବେଳେ କୋଣାର୍କ ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *