କର୍ମଚାରୀ ଭବିଷ୍ୟନିଧି ସଂଗଠନ ର କେନ୍ଦ୍ରିୟ କମିଟି ରେ ଏଆଇଟିୟୁସି କୁ ସାମିଲ କରିବା ଦାବିରେ ବିକ୍ଷୋଭ

କର୍ମଚାରୀ ଭବିଷ୍ୟନିଧି ସଂଗଠନ ର କେନ୍ଦ୍ରିୟ କମିଟି ରେ ଏଆଇଟିୟୁସି କୁ ସାମିଲ କରିବା ଦାବିରେ ବିକ୍ଷୋଭ।ବ୍ରହ୍ମପୁର ୧୬/୦୧/୨୦୨୫ କର୍ମଚାରୀ ଭବିଷ୍ୟନିଧି ସଂଗଠନ ର କେନ୍ଦ୍ରିୟ କମିଟି ରେ ଅଖିଳ ଭାରତ ଟ୍ରେନ ୟୁନିୟନର କଂଗ୍ରେସ (AITUC) କୁ ସାମିଲ୍ କରିବା ଦାବିରେ ଆଜି ଅଖିଳ ଭାରତ ଟ୍ରେନ ୟୁନିୟନ କଂଗ୍ରେସ (AITUC) ଗଞ୍ଜାମ ଜିଲ୍ଲା ଓ କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ଭବିଷ୍ୟନିଧି କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସହିତ କମିଶନର ପ୍ରକାଶ ନାରାୟଣ ସିଂ ଙ୍କୁ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ଆଜି ଏଆଇଟିୟୁସି ର ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆଞ୍ଚଳିକ କମିଶନର ଙ୍କ କାର୍ଯ୍ୟାଳୟ ନିକଟରେ ପହଁଞ୍ଚିବା ପରେ ସେଠାକାର ଶ୍ରମିକ ନେତା ପ୍ରବୀଣ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା। ଏଥିରେ ଶ୍ରମିକ ନେତା ମାନେ ଉଦବୋଧନ ଦେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ର ନବ ଗଠିତ କେନ୍ଦ୍ରୀୟ କମିଟି ରୁ ଭାରତର ସର୍ବ ପୁରାତନ ଓ ସର୍ବ ବୃହତ ଶ୍ରମିକ ସଂଗଠନ ଏଆଇଟିୟୁସି କୁ ବାଦ ଦେଇଥିବା ରୁ ତୀବ୍ର ସମାଲୋଚନା କରିଥିଲେ। ଏଥି ସହିତ ଯଥା ଶୀଘ୍ର କେନ୍ଦ୍ରୀୟ କମିଟି ରେ ଏଆଇଟିୟୁସି କୁ ସାମିଲ କରିବା ପାଇଁ ଦୃଢ଼ ଦାବି କରିଥିଲେ। ଅନ୍ୟଥା ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ପରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି , ପ୍ରଦୀପ ସେଠୀ , କାମଦେବ ନାହାକ , ପ୍ରବୀଣ ଦାଶ,ହରି ହର ପାତ୍ର ଓ ରୋହିତ ବିଷୋୟୀ ଏକ ପ୍ରତନିଧି ଦଳରେ ଯାଇ ଶ୍ରମ କମିଶନରଙ୍କୁ ଉପରୋକ୍ତ ମର୍ମ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ସର୍ବ ସାଥି ଅଳକ ନାଥ ମିଶ୍ର , ଦଣ୍ଡ ପାଣି ସାମଲ , ଦଣ୍ଡ ପାଣି ପାତ୍ର , ପଞ୍ଚାନନ ସ୍ବାଇଁ , ବିଜୟ ସାମନ୍ତରା , ଜ୍ୟୋତ୍ସ୍ନା ମହାରଣା , କୈଳାସ ଦାସ, ପ୍ରଫୁଲ୍ଲ ଜେନା, ମହମ୍ମଦ ଉଷ୍ମମାନ, ରବୀନ୍ଦ୍ର,ମମତାଜ ଖୁଟିଆ, ନର୍ମଦା ନାହାକ, ଜେ ଶଙ୍କର ପାତ୍ର, ସାନିଆ ପ୍ରଧାନ ପ୍ରମୁଖ ଶୋଭାଯାତ୍ରା ର ନେତୃତ୍ବ ନେଇଥିଲେ।

Leave a Reply

Your email address will not be published. Required fields are marked *