ମହାବିଦ୍ୟାଳୟ ରେ ଏଡଏସ୍ ସଚେତନା କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗର ଯୁବ ରେଡକ୍ରସ ୟୁନିଟ୍, ରେଡ ରିବନ କ୍ଲବ ଏବଂ ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ଏଡସ ସମ୍ବନ୍ଧିତ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଛଥିଲା । ଏହି ପରିପେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ଯରେ କୁଇଜ,ରଚନା ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯିବା ସହ ଏଡସ ସମ୍ଭନ୍ଧିତ ଏକ ସଚେତନତା ରାଲି କରାଯାଇ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ବିଜୁ ମୁଦୁଲି ସଭାପତିତ୍ଵ କରି ଏଡସ ରୋଗର ଚିକିତ୍ସା କେବଳ ସଚେତନତା ଓ ସଂଜମତା ଦ୍ବାରା ହିଂ ସମ୍ଭବ ହୋଇ ପାରିବ ବୋଲି ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ। ଏହା ସହିତ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଡଃ ଜଗନ୍ନାଥ ରଥ ଏଡସ ରୋଗ ବିଷୟରେ ସବିଶେଷ ସୂଚନା ଦେବା ସହ ଛାତ୍ରଛାତ୍ରୀଙ୍କୁ ଏହି ରୋଗର ଲକ୍ଷଣ ସମ୍ବନ୍ଧେ ବର୍ଣ୍ଣନା କରିଥିଲେ। ସେହି ପରି ଜୀବ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡକ୍ରସ ଅଧିକାରୀ ଯଶୋବନ୍ତ ଗରଡା ଏଡସ ରୋଗ କେବେ, କେଊ ଠାରୂ ଆଉ କେମିତି ଆରମ୍ଭ ହୋଇ ଥିଲା ତଥା ଭାରତରେ ପ୍ରଥମ ଏଡସ ରୋଗୀର ଚିହ୍ନଟ ଓ ବର୍ତ୍ତମାନ ଓଡିଶାରେ ଏଡସ ସଂକ୍ରମିତ ଲୋକଙ୍କ ସ୍ଥିତି ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ହେଲେନl ପ୍ରିୟଦର୍ଶିନୀ ସିଂ, ମହିମା ରାଣୀ ରାଜୁ, ଜୟଶ୍ରୀ ପଟ୍ଟନାୟକ ଓ ଅଧ୍ୟାପକ ଶ୍ରୀ ଲକ୍ଷ୍ମୀକାନ୍ତ ଟାକ୍ରୀ, କାହ୍ନୁ ଚରଣ ବିଶୋୟୀ ଓ ପବିତ୍ର ମଣ୍ଡଳ ଉପସ୍ଥିତ ରହି ଥିଲେ । ଏହି କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଦୁର୍ଯ୍ୟୋଧନ ସାହୁ ପରିଚାଳନା କରିଥିଲେ ଏବଂ ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ଶ୍ରୀମତୀ ସନ୍ତୋଷିନୀ ଦାସ ସହଯୋଗ କରିଥିଲେ ଓ ଶେଷରେ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ଯବାଦ ଅର୍ପଣ କରିଥିଲେ।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *