ବୁଲା ଷଣ୍ଢ ଓ ଗୋରୁଗାଈ ମାନଙ୍କୁ ଥଇଥାନ ଦାବି

ବୁଲା ଷଣ୍ଢ ଓ ଗୋରୁଗାଈ ମାନଙ୍କୁ ଥଇଥାନ ଦାବି ।
ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାସ୍ତା ଅବରୋଧ

କାକଟପୁର,୧୯.୦୯- ବୁଲା ଷଣ୍ଢ ଓ ଗୋରୁ ଗାଈ ମାନଙ୍କୁ ଥଇଥାନ ଦାବି ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ କାକଟପୁର କୋଣାର୍କ ରାସ୍ତା ଅବରୋଧ କରାଯାଇଥିଲା। ବୁଲା ଷଣ୍ଢ ଓ ଗୋରୁ ଗାଈ ମାନଙ୍କ ଯୋଗୁଁ ହଜାର ହଜାର କୃଷକ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ପ୍ରଚୁର ପରିମାଣରେ ଧାନ ଫସଲ ନଷ୍ଟ ହେବା ସହ ପନିପରିବା ଫସଲ ମଧ୍ଯ ନଷ୍ଟ ହେଉଛି।

ଏନେଇ ପ୍ରଶାସନ ପକ୍ଷରୁ କୌଣସି କ୍ଷତିପୂରଣର ବ୍ୟବସ୍ଥା ନାହିଁ। ତେଣୁ ଗୋରୁ ଗାଈ ଓ ଷଣ୍ଢ ମାନଙ୍କ ପାଇଁ ସ୍ତାୟୀ ଗୋଶାଳା କରି ଥଇଥାନ କରିବାକୁ କୃଷକ ମାନେ ଦାବି କରି ରାସ୍ତା ଅବରୋଧ କରିଥିଲେ। ଖବରପାଇ କାକଟପୁର ବିଡ଼ିଓ ନାରାୟଣ ଦୀକ୍ଷିତ ଘଟଣା ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ। ବିଡିଓଙ୍କ ଜରିଆରେ କୃଷକ ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କାକଟପୁର ଥାନା ପୋଲିସ ପହଞ୍ଚି ବୁଝାସୁଝା କରାଇବା ପରେ ରାସ୍ତା ଅବରୋଧ ହଟିଥିଲା। ଏହି ଅବାରୋଧରେ ଚାଷୀଙ୍କ ନେତା ଆଶିଷ କାନୁନଗୋ, ସୁରେଶ୍ ଚନ୍ଦ୍ର ବିଶ୍ଵାଳ, ଗୋଲେଖ ନାୟକ, ବିପିନ ବିହାରୀ ରାଉତ, କୃଷ୍ଣ କାଣ୍ଡି, କୃଷ୍ଣ ଚନ୍ଦ୍ର ରାଉତ, ପ୍ରମୋଦ ନାୟକ, ଗୋଳେଖ ଲେଙ୍କା, ରମେଶ କାଣ୍ଡି , ବେଣୁଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *