AISF ର ଜିଲ୍ଲା ସ୍ତରୀୟ ଛାତ୍ର ଅଧିକାର ସମାବେଶ।

କୋଣାର୍କ- ପୁରୀ ଜିଲ୍ଲାରେ ଲାଗିରହିଥିବା ଶିକ୍ଷା ସମସ୍ୟା କୁ ନେଇ ଅଖିଳ ଭାରତ ଛାତ୍ର ସଂଘ ପକ୍ଷରୁ ଆଜି କୋଣାର୍କ ଠାରେ ଜିଲ୍ଲା ସ୍ତରୀୟ ଛାତ୍ର ଅଧିକାର ସମାବେଶ ଜିଲ୍ଲା ଆବାହିକା ସୁଭ୍ରାରାଣୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି। ପୁରୀ ଭଳି ଏକ ଐତିହାସିକ ଜିଲ୍ଲାର ବଡ଼ଦାଣ୍ଡ ରେ ଥିବା ସରକାରୀ ହିନ୍ଦୀ ବିଦ୍ୟାପୀଠ ର ନିଜସ୍ଵ ଗୃହ ଅଭାବ କାରଣ ରୁ ଭଡ଼ା ଘରେ ଶିକ୍ଷାଦାନ ବ୍ୟବସ୍ଥା ଜିଲ୍ଲା ଶିକ୍ଷା ବ୍ୟବସ୍ଥା ର ବିକଳ ଚିତ୍ରକୁ ପଦା ରେ ପକେଇଛି। ତେଣୁ ଜିଲ୍ଲାରେ ବନ୍ଦ ହୋଇ ପଡ଼ିଥିବା ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ କୁ ଖୋଲିବା, ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଅଭାବ ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଗୁଡ଼ିକରେ ସ୍ଥାୟୀ ନିଯୁକ୍ତି, ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା, କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରି ଅନ୍ୟ ଡ଼ିଗ୍ରୀ କଲେଜ ଗୁଡ଼ିକ ରେ ଆବଶ୍ୟକ ହେଉଥିବା ଭିତ୍ତିଭୂମି ର ବିକାଶ, ଛାତ୍ରଛାତ୍ରୀଙ୍କୁ ମାଗଣା ଯାତାୟାତ ବ୍ୟବସ୍ଥା କୁ ତୁରନ୍ତ ସୁନିଶ୍ଚିତ କରିବା ପାଈଁ ସଂଘ ପକ୍ଷରୁ ଦାବୀ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏ.ଆଇ.ଏସ୍.ଏଫ୍ ର ରାଜ୍ୟ ସଭାପତି ସଂଘମିତ୍ରା ଜେନା ଯୋଗଦେଇ ସରକାର ନୂତନ ଶିକ୍ଷା ନୀତି ୨୦୨୦ ମାଧ୍ୟମରେ ସରକାରୀ ସ୍କୁଲ କୁ ବନ୍ଦ କରି ସାଧାରଣ ,ମଧ୍ୟବିତ୍ତ, ଦଳିତ, ଶ୍ରମିକ ଘରର ପିଲାଙ୍କୁ ଶିକ୍ଷା କ୍ଷେତ୍ରରୁ ବଞ୍ଚିତ କରିବାର ପକ୍ରିୟାକୁ ତୃଢ଼ ବିରୋଧ କରି ଏହାକୁ ବାତିଲ ପାଈଁ ଛାତ୍ର ଆନ୍ଦୋଳନ ର ଆହ୍ବାନ କରିଥିଲେ। ମୁଖବକ୍ତା ଭାବରେ ସ୍ଥାନୀୟ ଅଞ୍ଚଳ ଶିକ୍ଷାବିତ୍ ପଙ୍କଜ ପ୍ରସାଦ ପରିଡ଼ା ଯୋଗ ଦେଇ ସମସ୍ତଙ୍କୁ ବିଜ୍ଞାନ ସମ୍ମତ ଶିକ୍ଷାର ଆବଶ୍ୟକତା ଉପରେ ବର୍ଣ୍ଣନା କରିଥିଲେ। ରାଜ୍ୟ ପରିଷଦ ସଦସ୍ୟ ସାଗର ପ୍ରଧାନ ବକ୍ତବ୍ୟ ରେ ଯଦି କେରଳ ସରକାର ତାଙ୍କ ରାଜ୍ୟରେ ସ୍ନାତକ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥା ର ଯୋଜନା କରିଛନ୍ତି ତେବେ ଆମ ରାଜ୍ୟ ଓଡ଼ିଶା ସରକାର କାହିଁକି ନୁହେଁ ବୋଲି ପ୍ରଶ୍ନ କରିଥିଲେ। ରାଜ୍ୟ ପରିଷଦ ସଭ୍ୟ ପପୁ ରାଉତ ମଞ୍ଚ ପରିଚାଳନା । ଅନ୍ୟ ମାନଙ୍କ ମଧ୍ୟରେ ମିତେଶ ପ୍ରଧାନ, ସତ୍ୟଜିତ ମହାରୀ ମୁନା ସେଠୀ, ରାଜଶ୍ରୀ ନାୟକ, ରଶ୍ମିତା ବେହେରା, ନିରଞ୍ଜନ ଶବର ଙ୍କ ସହିତ ପାଖାପାଖି ଶହେ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *