ବ୍ୟାସନଗର ପୌରପରିଷଦର ଚାନ୍ଦମା ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କଲେ ଆକାଶ
କୋରେଇ, ୧୬/୦୧ : ଶୁକ୍ରବାର ସକାଳ ୧୦.୩୦ ମିନିଟ୍ରେ କୋରେଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ପୌରପରିଷଦ ଅର୍ନ୍ତଗତ ଚାନ୍ଦମା ଗ୍ରାମର ଚାନ୍ଦମା କଲ୍ୟାଣ ମଣ୍ଡପର ଶୁଭ ଭିତିପ୍ରସ୍ତର ସ୍ଥାପନ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ କରକମଳରେ କରାଯାଇଥିଲା । ସେଠାରୁ କର୍ମୀମାନଙ୍କ ସହ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ଚାନ୍ଦମା ଖେଳପଡିଆ ଠାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କମ୍ୟୁନିଟ୍ ସେଂଟର ନିର୍ମାଣର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ତା’ପରେ ବିଧାୟକ ଶ୍ରୀ ଦାସନାୟକ ଚାନ୍ଦମା ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ । ତା’ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାନ୍ଦମା ଭାଗବତ ଟୁଙ୍ଗୀ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିବା ପରେ ବିଧାୟକ ଶ୍ରୀ ଦାସନାୟକ ଜିଲ୍ଲା ଖଣିଜ ପାଣ୍ଠିରୁ ୪୦ ଲକ୍ଷ ୨୨ ହଜାର ଟଙ୍କା ବ୍ୟୟ ଅଟକଳରେ ଚାନ୍ଦମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଗୋଟି ଅତିରିକ୍ତ ଶ୍ରେଣୀଗୃହର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।

ମାନ୍ୟବର ବିଧାୟକ ଆକାଶ ଦାସନାୟକଙ୍କ ଏହି ପ୍ରଚେଷ୍ଟାକୁ କୋରେଇ ନିର୍ବାଚନ ମଣ୍ଡଳୀ ସମେତ ବ୍ୟାସନଗର ପୌରପରିଷଦର ଜନସାଧାରଣ ଭୂୟସୀ ପ୍ରଂଶସା କରିଥିଲେ । ଏହି ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ବ୍ୟାସଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ବ୍ୟାସନଗର ପୌରପରିଷଦ କାଉନସିଲର ରଶ୍ମିତା ରାଉତ, ଅଶୋକ କୁମାର ରାଉତ, ଭରତ ଓଝା, ପ୍ରତିନିଧି ବିଶ୍ୱମ୍ବର ସେଠୀ, ପ୍ରଦୀପ କୁମାର ମଲ୍ଲିକ, ସୁଶିଲ କୁମାର ମଲ୍ଲିକ, ସୁରେଶ କୁମାର ମଲ୍ଲିକ, ଦିଲ୍ଲିପ କୁମାର ମଲ୍ଲିକ, ସଦାଶିବ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ମଳୟ ସେଠୀ, ରାଜକିଶୋର ଦାସ, ନଟବର ମଲ୍ଲିକ, କେଶବ ମଲ୍ଲିକ, ନବଘନ ସାହୁ, କୁଳମଣୀ ବଳ, ଦୀନବନ୍ଧୁ ନାୟକ, ଶର୍ମିଳା ମହାପାତ୍ର, ସ୍ୱର୍ଣ୍ଣପ୍ରଭା ନାୟକ, ରାନି ସାମଲ, ଆଶା ମହାନ୍ତି, ଗୀତା ନାୟକ, ନିବେଦିତା ଜେନା, ପ୍ରଶାନ୍ତ ବୋଇତାଇ, କୃଷ୍ଣଚନ୍ଦ୍ର ରାଉତ, ତରୁଣ କୁମାର ଦାସ, ଗୌରହରୀ ଦାସ, ଗୌରାଙ୍ଗ ସାହୁ, ସତ୍ୟବ୍ରତ ଜେନା, ସପନ ଖଂଟୁିଆ, ସଂଜୀବ ନାୟକ, ରାକେଶ ଜେନା (ମଣ୍ଡଳ ସଭାପତି – ବ୍ରାହ୍ମଣୀଦେବୀ), ଅଶୋକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
