ଯାଜପୁର ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ ପକ୍ଷରୁ ଆକାଶଙ୍କୁ ସମ୍ବର୍ଦ୍ଧିତ
ବ୍ୟାସନଗର, ୧୪/୦୫ : ବ୍ୟାସନଗର ପୌରପରିଷଦର ଦୀର୍ଘ ଦିନର ସ୍ୱପ୍ନ ବାସ୍ତବତାର ରୂପ ନେବାକୁ ଯାଉଛି । ବ୍ୟାସନଗର ଷ୍ଟାଡିୟମର ଉନ୍ନତିକରଣ ଓ ଆଧୁନିକରଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ତାହା ଆଜି ସଫଳ ହେବାକୁ ଯାଉଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଧେଶାନୁଯାୟୀ ରାଜ୍ୟର କ୍ରୀଡା ଭିତିଭୂମିକୁ ସୁଦୃଢ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି । ଜନସାଧାରଣଙ୍କ ଦୀର୍ଘଦିନର ସ୍ୱପ୍ନକୁ ସାକାର କରିବାପାଇଁ ମାନ୍ୟବର କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଅନୁରୋଧକୁ ରକ୍ଷାକରି ମାନ୍ୟବର କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବ୍ୟାସନଗର ପୌରପରିଷଦରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନିର୍ମାଣ ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ବ୍ୟାସନଗର ଷ୍ଟାଡିୟମର ଉନ୍ନତିକରଣ ଓ ଆଧୁନିକରଣ ହେବାପାଇଁ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଦ୍ୱାରା କେବଳ ବ୍ୟାସନଗର ନୁହେଁ ବରଂ ସମଗ୍ର ଯାଜପୁର ଜିଲ୍ଲାର କ୍ରୀଡା ଭିତିଭୂମି ଆହୁରି ସୁଦୃଢ ହେବ । ଏହି ଉଚ୍ଚସ୍ତରୀୟ ବୈଠକରେ ମାନ୍ୟବର କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର କୋରେଇ ବିଧାୟକ ଆକାଶ ଦାସନାୟକ, କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, କ୍ରୀଡା ବିଭାଗର ଅନ୍ୟ ଉଚ୍ଚପଦସ୍ଥ ଅଫିସର, ପୂର୍ତ ବିଭାଗ, ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରୁ ସରକାର, ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ମାନ୍ୟବର କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକଙ୍କୁ ତାଙ୍କ ବ୍ୟାସନଗର ସ୍ଥିତ ବାସଭବନରେ ଯାଜପୁର ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା । ମାନ୍ୟବର ବିଧାୟକଙ୍କ ସହିତ ବହୁତ ସମୟ ଆଥ୍ଲେଟିକ୍ ସଭ୍ୟମାନେ ଆଲୋଚନା କରିଥିଲେ । ସେମାନେ ଏହି କାର୍ଯ୍ୟକୁ ବହୁତ ପ୍ରଶଂସା କରିବା ସହ ଆଗାମୀ ଦିନରେ ସବୁପ୍ରକାର ସହଯୋଗ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି, ଆଥ୍ଲେଟିକ୍ ସଂପାଦକ ତଥା ଓଡିଶା ଆଥ୍ଲେଟିକ୍ ଆସୋସିଏସନ୍ର କାଉନ୍ସିଲ ସଭ୍ୟ ମନୀନ୍ଦ୍ର ଧଳ, ଉପସଭାପତି ଅଜୟ ନାୟକ, ସହ-ସଂପାଦକ ନିରଞ୍ଜନ ପୃଷ୍ଟି, ବ୍ୟାସନଗର ଯୁଗ୍ମ ସଂପାଦକ ରାଜେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
