ଅଖଣ୍ଡ ଭାରତ ଦିବସ

ଆଜି ବିଶ୍ଵହିନ୍ଦୁ ପରିଷଦର ଜିଲ୍ଲାର ସମସ୍ତ ପଦାଧିକାରୀ ମାନଙ୍କୁ ନେଇ ଆଗାମୀ ଦିନରେ ପାଳନ ହେବାକୁ ଥିବା 1-ଅଖଣ୍ଡ ଭାରତ ଦିବସ, 2- ବିଶ୍ଵହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ 3- ଦୁର୍ଗାଷ୍ଟମୀ କିପରି ପାଳନ ହେବ ଏବଂ ଭଦ୍ରକ ଜିଲ୍ଲାର ସାମ୍ପ୍ରତିକ ପରସ୍ଥିତି ବାବଦରେ ଏକ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ସର୍ବପ୍ରଥମେ ଭାରତୀମାତାଙ୍କ ନିକଟରେ ପ୍ରଦ୍ଦୀପ ପ୍ରଜ୍ୱଳନ କରି ବୈଠକ ପ୍ରାରମ୍ଭ କରାଯାଇଥିଲା।
ଏହି ବୈଠକରେ ରାଜ୍ୟରୁ ମାନନୀୟ ସତ୍ୟ ଭାଇ (କାର୍ଯ୍ୟାଳୟ ପ୍ରମୁଖ ) ସମସ୍ତଙ୍କୁ ମାର୍ଗଦର୍ଶନ କରାଇଥିଲେ। ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତ ଭାଇ ବିଗତ କାର୍ଯ୍ୟାବଳୀ ବିବରଣୀ ପାଠକରିଥିଲେ। ସଭାପତି କାନ୍ହୁ ଚରଣ ସିଂହି ଭାଇ ନୂତନ କରି ଉପଦେଷ୍ଟା ଭାବେ ନିୟୋଜିତ ହୋଇଥିବା ସରୋଜିନୀ ଅପାଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଏହି ବୈଠକରେ ଉପସଭାପତି ନିର୍ମଳ ରାଉତ ଭାଇ, କୋଷାଧକ୍ଷ ଭୀମସେନ ପାଣି ଭାଇ, ସହ ସମ୍ପାଦକ ଆଲୋକ ପଣ୍ଡା, ଦୁର୍ଗାବାହିନୀ ପ୍ରମୁଖ ମଧୁସ୍ମିତା ମହାପାତ୍ର, ମୋନାଲିଶା ଦାସ,ସେବା ପ୍ରମୁଖ ରଥ ସାମଲ ଭାଇ,ହରେକୃଷ୍ଣ ଭାଇ, ମାତୃଶକ୍ତି ସହପ୍ରମୁଖ ଶୁଭ୍ରତା ଅପା, ନଗର ସଭାପତି ମାନଗୋବିନ୍ଦ ଭାଇ, ଦମୟନ୍ତୀ ଅପା ବଜରଙ୍ଗ ଦଳର ପ୍ରମୁଖ ବିଜୟ ଭାଇ, କ୍ଷିତୀଶ ଭାଇ, ରଂଜିତ ଭାଇ, ନାଣ୍ଡୁ ଭାଇ, ଚନ୍ଦ୍ରୁ ଭାଇ,ବ୍ୟୋମକେଶ ଭାଇ,ଅଜିତ ଭାଇ, ଶ୍ରୀକାନ୍ତ ଭାଇ, କାର୍ଯ୍ୟକ୍ରମର ବିଭିନ୍ନ ଦିଗକୁ ନେଇ ମତାମତ ରଖିଥିଲେ। ପରିଶେଷରେ ସତସଙ୍ଗ ପ୍ରମୁଖ ଶାନ୍ତି ପାଠ କରି ବୈଠକକୁ ଶେଷ କରିଥିଲେ
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *