ଅସ୍ତରଙ୍ଗ ଉପକୂଳରେ ଅଲିଭ୍ ରିଡେଲ ଙ୍କ ପ୍ରଥମ ଅଣ୍ଡାଦାନ ଆରମ୍ଭ

ଅସ୍ତରଙ୍ଗ ଉପକୂଳରେ ଅଲିଭ୍ ରିଡେଲ ଙ୍କ ପ୍ରଥମ ଅଣ୍ଡାଦାନ ଆରମ୍ଭ ।ଅସ୍ତରଙ୍ଗ,,ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନ,ଅସ୍ତରଙ୍ଗ ବନାଞ୍ଚଳ ର ଦେବୀ ନଦୀ ମୁହାଣ ତଟ ଅଞ୍ଚଳରେ ଏକ ସାମୁଦ୍ରିକ ଅଲିଭ ରିଡେଲ କଇଁଚ, ରତ୍ରର ନିର୍ଜନ ପ୍ରହରରେ ୧୨୭ ଅଣ୍ଡାଦାନ କରି ସମୁଦ୍ର ଗର୍ଭକୁ ଫେରି ଯାଇଥିବା ଜଣା ପଡ଼ିଛି। ଏହି କଇଁଚ ମାନଙ୍କ ମେଟିଙ୍ଗ ସମୟ ବର୍ତ୍ତମାନ ସମୁଦ୍ର ଗର୍ଭରେ ଚାଲିଥିବା ବେଳେ,ସେମାନଙ୍କର ଅଣ୍ଡାଦାନ ପ୍ରକ୍ରିୟା ଜାନୁଆରୀ ଶେଷ ସପ୍ତାହ ଆଡ଼କୁ ଆରମ୍ଭ ହୋଇ, ମେ ମାସ ଶେଷ ସୁଦ୍ଧା ଚାଲିଥାଏ । କିନ୍ତୁ ପାଣିପାଗ ତଥା ଜଳ ବାୟୁ ପରିବର୍ତ୍ତନ,ରେ ବାର ମ୍ବାର ଅସ୍ଥିରତା ନେଇ , ଶୀଘ୍ର ମେଟିଙ୍ଗ ସହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ର ପ୍ରମୁଖ କାରଣ ବୋଲି ପରିବେଶ ବିତ୍ ଶୋଭାକର୍ ବେହେରା କହିଛନ୍ତି । ଅପର ପକ୍ଷରେ,ଅସ୍ତରଙ୍ଗ ଉପକୂଳରେ ଅଲିଭ ରିଡ଼ଲେ କଇଁଚ ଙ୍କ ଅଣ୍ଡାଦାନ ପରେ,ସେମାନଙ୍କ ଅଣ୍ଡାକୁ ସଂଗ୍ରହ କରି ସୁରକ୍ଷିତ ଭାବେ ରଖି ଚୁଆ ଫୁଟିବା ପରେ ସମୁଦ୍ରକୁ ଛାଡ଼ିବା ନିମନ୍ତେ,ଦେବୀନାସୀ, ଜାହାନିଆ,ଗଙ୍ଗାଦେବି, ଦାଳୁଅକଣି,ଆଦି ପ୍ରଭୁତି ସ୍ଥାନରେ ଚାରି ଗୋଟି ଅସ୍ଥାୟୀ ହାଚେରି କରାଯାଇ ଅଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଅଲିଭ ରିଡଲେ କଇଁଚ ଙ୍କ ସଙ୍ଗମ ଓ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ,ସେମାନେ ଶ୍ରୀଲଙ୍କା ଉପକୂଳ ରୁ ହଜାର ହଜାର,ନଟିକାଲ ମାଇଲ ପାଣି ଅତିକ୍ରମ କରି,ଓଡ଼ିଶା ଉପକୂଳ ଗଞ୍ଜାମ ଜିଲ୍ଲାର ଋଷି କୁଲ୍ୟା ପୁରୀ ଜିଲ୍ଲା ର,ଅସ୍ତରଙ୍ଗ,ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗହିର ମଥା କୁ ଅଣ୍ଡାଦେବା ର ନିରାପଦ ସ୍ଥାନ ଭାବି ଆସି ଅଣ୍ଡାଦାନ କରି ଥାଆନ୍ତି ।

Leave a Reply

Your email address will not be published. Required fields are marked *