ଅଳକା କଲେଜ ତରଫରୁ ଜଳଛତ୍ର

ବିରିଡି,୨୪-୩ ବିରିଡି ବ୍ଲକ ଅନନ୍ତବଟ ସ୍ଥିତ ଅଳକା କଲେଜ ପକ୍ଷରୁ ସ୍ଥାନୀୟ ବସନ୍ତପୁର ଛକରେ ଜଳଛତ୍ର ଖୋଲାଯାଇଛି l ଅଳକା ମହାବିଦ୍ୟାଳୟ ଏବଂ ଅଳକା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବାଯୋଜନା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟ କ୍ରମକୁ ମହାବିଦ୍ୟାଳୟ ଅଧକ୍ଷ ଚିତ୍ତରଞ୍ଜନ ପାତ୍ର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l +୨ଏବଂ +୩ର ଜାତୀୟ ସେବଯୋଜନାର ସ୍ୱେଚ୍ଛାସେବୀ ମାନେ ଏହିକାର୍ଯ୍ୟକ୍ରମକୁ ପରିଚାଳନା କରିବାସହ ବାଟୋଇ ବା ଜନସାଧାରଣଙ୍କୁ ଦହିପଣା ବଣ୍ଟନ କରିଥିଲେ l +୩ଏବଂ +୨ଜାତୀୟ ସେବଯୋଜନାର ସଂଯୋଜକ ଯଥା ଅଧ୍ୟାପକ କାଳନ୍ଦୀ ପ୍ରଧାନ ଓ ସୁରେନ୍ଦ୍ରକୁମାର ସାହୁ ଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ସାମିଲ ହୋଇଥିଲେ l ଅଳକା ମହାବିଦ୍ୟାଳୟ ପକ୍ଷରୁ ପ୍ରଥମକରି ଏହି ପଦକ୍ଷେପ ନିଆଯାଇଥିବାରୁ ଏହାକୁ ଜନସାଧାରଣ ପ୍ରଶଂସା କରିଛନ୍ତି l

Leave a Reply

Your email address will not be published. Required fields are marked *