All CCTV cameras installed in Phulbani city have been out of service for three years.
ଫୁଲବାଣୀ ସହର ରେ ଲାଗି ଥିବା ସମସ୍ତ ସି ସି ଟିଭି ତିନି ବର୍ଷ ହେଲା ଅଚଳ । କନ୍ଧମାଳ , ଫୁଲବାଣୀ ସଦର ମହକୁମା ଫୁଲବାଣୀ ସହର ରେ ଗତ ପାଞ୍ଚ ବର୍ଷ ତଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସିସି ଟିଭି ଲାଗିଥିଲା ଦୁଇବର୍ଷ ପରେ ସମସ୍ତ ଗୁରୁତ୍ୱପୁର୍ଣ ସ୍ଥାନରେ ଲାଗିଥିବା ସିସି ଟିଭି ଅଚଳ ହୋଇ ଯାଇଥିଲା । ଜିଲ୍ଲାପାଳ କାର୍ଯାଳୟ ସମ୍ମୁଖ, ଗୋପବନ୍ଧୁ ଛକ, କୋର୍ଟ ଛକ, ଏସପି ଅଫିସ ସମ୍ମୁଖ ଗାନ୍ଧୀ ଛକ, ଏଫ ସି ଆଇ ଛକ ମାଦି କୁନ୍ଦା ଛକ (ପୋଲିସ ବାରକ ଅଞ୍ଚଳ ) ବିଜୁ ପଟ୍ଟନାୟକ ଛକ, ଓ ମେଡିକାଲ ଛକ ପ୍ରଭୃତି ଗୁରୁତ୍ୱ ପୂର୍ଣ୍ଣ ଛକ ରେ ସି ସି ଟି ଭି ଜିଲ୍ଲା ପ୍ରଶାସନ ଲଗାଇଥିଲା । କନ୍ଧମାଳ ମାଓ ପ୍ରଭାବିତ ଓ ମୁନିସିପାଲିଟି ରେ ଅନୁନ୍ୟ ଚାଳିଶ ହଜାର ଲୋକ ବସ ବାସ କରନ୍ତି । ବାଇକ ଚୋର, ମାଓ ବାଦୀ କାର୍ଯ୍ୟ କଳାପ ଅତି କ୍ଷୀପ୍ର ଗତିରେ ଦୁଇ ଚକିଆ ଯାନ ଚଳାଉଥିବା ଅମନିଆଙ୍କ ଗତିବିଧି ଜନସାଧାରଣ ଙ୍କର ଗତି ବିଧିକୁ ଲକ୍ଷ୍ୟ ରଖିବାକୁ ଏସବୁ ସି ସି ଟିଭି ଲଗାଯାଇଥିଲା ସିସି ଟି ଦୁଇବର୍ଷ ପରେ ଅଚଳ ହୋଇଗଲା । ଏସବୁ ସିସି ଟିଭି ଗୁଡିକୁ ମରାମତି କରାଯିବାକୁ ଜନସାଧାରଣ ଦାବୀ କରିଥିଲେ ମଧ୍ୟ ତିନିବର୍ଷ ପରେ ମଧ୍ୟ୍ୟ ମରାମ ତି କରାଯାଇ ନାହିଁ ।ଏବେ କୁଆଡେ ନୂତନ ସିସି ଟି ଭି ଲଗାଇବା ପାଇଁ ଯୋଜନା ଚାଲିଛି ।ସି ସି ଟିଭି ଗୁଡ଼ିକ ମରାମତି କରି ପୁର୍ନବାର ଉକ୍ତ ସ୍ଥାନରେ ଲଗାଇଲେ ସହରର ଉନ୍ନତି ହୁଅନ୍ତା ବଳି ସାଧାରଣରେ ଚର୍ଚ୍ଚା ହେଉଅଛି ।
