ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କମ୍ପାନୀ ଦ୍ଵାରା ଠକାମୀ ର ଶିକାର ହୋଇ ଥିବା ସମସ୍ତ୍ ଜମାକାରୀ ଙ୍କୁ ଚିହ୍ନଟ

Date-26/03/26ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କମ୍ପାନୀ ଦ୍ଵାରା ଠକାମୀ ର ଶିକାର ହୋଇ ଥିବା ସମସ୍ତ୍ ଜମାକାରୀ ଙ୍କୁ ଚିହ୍ନଟ କରିବା ସହିତ ଟଙ୍କା ଫେରାଇବାକୁ ଦାବିଆଙ୍କର- ଜଗତସିଂହପୁର ଜିଲ୍ଲାରେ ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କମ୍ପାନୀ ଦ୍ଵାରା ଠକାମୀ ର ଶିକାର ହୋଇ ଥିବା ସମସ୍ତ୍ ଜମାକାରୀ ଙ୍କୁ ତହସିଲ କାର୍ଯ୍ୟାଳୟ ସ୍ତର ରେ ଚିହ୍ନଟ କର ଦାବିରେ , ମାଇକ୍ରୋ ଫାଇନାନ୍ସ ଲିମିଟେଡ, କ୍ଷତିଗ୍ରସ୍ତ ଜମାକାରୀ ଏକତା ମଞ୍ଚ, ଜଗତସିଂହପୁର ଜିଲ୍ଲା କମିଟି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଅମିୟ କୁମାର ମହାନ୍ତି ସମ୍ପାଦିକା ରାନୁ ମହାପାତ୍ର ଙ୍କ ଅଧ୍ୟକ୍ଷତା ପ୍ରଥମ କରି ଜଗତସିଂହପୁର ଜିଲ୍ଲା ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ସୁଶିଲ କୁମାର ସିଂହ ବିଧାନ ଦାସ୍ , ସୁବ୍ରତ ବେହେରା, ନିର୍ମଳ ଓଝା କୈଳାଶ ଦାସ୍ ସୁବାଷ ସ୍ବାଇଁ ବିନି ମହାରଣା, ଗଙ୍ଗାଧର ଭୋଳ, ନାରାୟଣ ସାମଲ , ହିତେନ୍ଦ୍ର ସାହୁ, ଗୟାଧର ଭୋଳ , ସ୍ଵର୍ଣ୍ଣ ଲତା , ସୁପ୍ରଭା, ସଞ୍ଜୀବ ଗ୍ରହଚର୍ଯ୍ୟ, , ଏବଂ ଅନ୍ୟ ସଦସ୍ୟ ଓ ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ , ମୁଖ୍ୟ ଅତିଥି ଭାବେ , ଉମେଶ ଚନ୍ଦ୍ର ନାୟକ , ଯୋଗମାୟା ନନ୍ଦ , ଅକ୍ଷୟ କୁମାର ଦାସ ଙ୍କ ସହ ଏକ ୭ ଜଣିଆ ଟିମ୍ ଜିଲ୍ଲାପାଳ ଙ୍କ ସହ ଦାବୀ ସମ୍ପର୍କ ରେ ଆଲୋଚନା କରିଥିଲେ । ତେବେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜମାକାରୀ ମାନେ ବାଧ୍ୟ ହେବେ ରାଜରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *