ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସଭ୍ୟ ସଂଗ୍ରହ ଅଭିଯାନ
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସଭ୍ୟ ସଂଗ୍ରହ ଅଭିଯାନ
ରଘୁନାଥ ପୁର ତା୧୦/୦୮ :- ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଜଗତସିଂହ ପୁର ଜିଲ୍ଲା ଶାଖା ତରଫରୁ ଆଜି ଦିବା ଘ୧୧ଟିକା ସମୟରେ ଏକ କାର୍ଯ୍ୟକାରିଣୀ ବୈଠକ ଏହି ଜିଲ୍ଲାର ରଘୁନାଥ ପୁର ବଜାରସ୍ଥିତ ମଦନ ମୋହନ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି . ଅ.ଭା.ଗ୍ରା.ପ. ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ମହାପାତ୍ରଙ୍କର ପୌରୋହିତରେ ଆହୂତ ଏହି ବୈଠକରେ ଭୂବନେଶ୍ବରରୁ ଆଗତ ଅନୁଷ୍ଠାନର ଓଡିଶା ଶାଖା ପୂର୍ବ ପ୍ରାନ୍ତର ମାନ୍ୟବର ସମ୍ପାଦକ ଶ୍ରୀଯୁକ୍ତ ଅଭୟ ଅନିର୍ବାଣ,ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବେହୁରା ଓ ସହ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତିଙ୍କ ସମେତ ରାହାମାରୁ ଆଗତ ସାମ୍ବାଦିକ ଶ୍ରୀଯୁକ୍ତ ନୃଶିଂହ ଚରଣ ବାରିକ ଓ ସ୍ଥାନୀୟ ଶ୍ରୀଯୁକ୍ତ ଯୋଗେନ୍ଦ୍ର ଜେନା, ଅକ୍ଷୟ ଦାସ, ଉଲ୍ଲାସ କୁମାର ସ୍ଵାଇଁ, ବାବୁଲି ସାହୁ(ବୈରାଗୀ ସୁଇଟ୍ସ), ବିଜୟ ମହାପାତ୍ର, ସୋମନାଥ ସାହୁ, ବିରବର ସାହୁ ଓ ଚାରୁଲତା ପଲେଇ ଏବଂ ଅନ୍ୟାନ୍ୟ ୨୦ ଜଣରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ରହି ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଆଭିମୂଖ୍ୟ ପ୍ରତି ସେମାନଙ୍କର ସମର୍ଥନ ପ୍ରଦର୍ଶନ ପୂର୍ବକ ଆଗାମୀ ଦିନରେ ଏହି ଜିଲ୍ଲାର ଗ୍ରାହକ ମାନଙ୍କୁ ଶୋଷଣ ମୁକ୍ତ କରିବାର ସଂକଳ୍ପ ନେଇ ଅ.ଭା.ଗ୍ରା.ପ. ର ସଦସ୍ୟତା ଗ୍ରହଣ କରିଥିଲେ. ଜିଲ୍ଲାର ସରକାରୀ ହେଉ ବା ବେସରକାରୀ କ୍ଷେତ୍ରରେ ଯଦି କୌଣସି ବ୍ୟକ୍ତି ଶୋଷିତ ହେଉଥିବାର ସମ୍ବାଦ ଗ୍ରାହକ ପଞ୍ଚାୟତର ନଜରକୁ ଆସେ ତେବେ ଜିଲ୍ଲା ସଂଗଠନ ତରଫରୁ ତାର ଦୃଢ ପ୍ରତିବାଦ କରାଯିବା ସ୍ଂଗେ ସଂଗେ ବିହିତ ପଦକ୍ଷେପ ନେବାପାଇଁ ଉପସ୍ଥିତ ସଦସ୍ୟମାନେ ଶପଥ ନେଇଥିଲେ . ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବେହୁରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ସଭା ସାଙ୍ଗ କରାଯାଇଥିଲା .
