ସର୍ବ ଭାରତୀୟ ଅନୁସୂଚିତ ଜାତି ମହାସଂଘ କନ୍ଧମାଳ ଶାଖା ପକ୍ଷରୁ ପ୍ରସ୍ତୁତି ବୈଠକ

ସର୍ବ ଭାରତୀୟ ଅନୁସୂଚିତ ଜାତି ମହାସଂଘ କନ୍ଧମାଳ ଶାଖା ପକ୍ଷରୁ ପ୍ରସ୍ତୁତି ବୈଠକ ।
କନ୍ଧମାଳ ତା୨୮/୦୫/୨୦୨୫ ଫୁଲବାଣୀ ସ୍ଥାନୀୟ କୋର୍ଟ ଛକ୍ ସ୍ଥିତ ବନାନୀ କଳା ସଙ୍ଗମ ଠାରେ କନ୍ଧମାଳ ଜିଲ୍ଲା ସର୍ବ ଭାରତୀୟ ଅନୁସୂଚିତ ଜାତି ମହାସଂଘ କନ୍ଧମା ଳ ଶାଖା ପକ୍ଷରୁ ସଂଘର ଉପ ସଭାପତି ଦିବାକ।ର ଦିଗ।ଲ, ସଭାପତି ଅନାମ ଦିଗାଲ, ସମ୍ପାଦକ ଉଧବ ଚନ୍ଦ୍ର ଦିଗାଲ ଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ଅନୁସୂଚିତ ଜାତିର ଏକ ଶହରୁ ଅଧିକ ସଭ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ କ୍ରମରେ ଭାଗ ନେଇ ବାବା ସାହେବ ଆଂବେଦକର ଦେଇଥିବା ନ।ରା ଯଥା ଶିକ୍ଷିତ ହୁଅ, ସଂଘଟିତ ହୁଏ, ସଂଘର୍ଷ କର, ନାର।କୁ ପ।ଥୟ କରି ସମତ। ,ସ୍ୱନ୍ତ୍ରତନ୍ତା,ବନ୍ଧୁତା,ଓ ନ୍ୟାୟ ଆଧାରିତ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ଆଗକୁ ଆସୁଥିବା ଜାତି ଜନଗଣନା ଆଖିଆଗରେ ରଖି ଅନୁସୁଚିତ ଜାତିର ପରିଚୟ, ଅନୁସୂଚିତ ଜାତିର ସାମ୍ବିଧାନିକ ଅଧିକାର ଓ ଅନୁସୂଚିତ ଜାତିର ସାମାଜିକ ସମସ୍ୟା ସୁରକ୍ଷା ଦାବିକୁ ନେଇ ଭାରତର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ କନ୍ଧମାଳ ଜିଲ୍ଲା ପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ନିମନ୍ତେ ପ୍ରତୁତି ବୈଠକ ଆୟାଜନ କରାଯାଇଥିଲା ।ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଆଇନଜୀବୀ ତଥା କନ୍ଧମାଳ ଜିଲ୍ଲାର ସମାଜ ସେବୀ ଶ୍ରୀ ସତ୍ୟ ନାରାୟଣ ବେହେରା ଯୋଗଦେଇ ସମ୍ବିଧାନରେ ଅନୁସୂଚିତ ଜାତି ଲକଙ୍କ ପାଇଁ କି କି ପ୍ରକାର ସୁବିଧା ରହିଅଛି ତାହା ଉପସ୍ଥିତ ସଭ୍ୟ କୁ ବୁଝାଇଥିଲେ । ସଭାପତି ଅନାମ ଦିଗାଲ ୧୯୪୨ ମସିହାରେ ବାବା ସାହେବ ଅନୁସୂଚିତ ଜାତି ମହାସଂଘ ଗଠନ କରିଥିଲେ ବଲି ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଶ୍ରୀ ସତ୍ୟ ନାରାୟଣ ବେହେରା ସମ୍ବିଧାନରେ ୧୪୧ ଧାରାରେ ଅନୁସୂଚିତ ଜାତି ପାଇଁ କି ପ୍ରକାର ସୁବିଧା ରହିଛି ତାହା କହିଥିଲେ । ଅନୁସୂଚିତ ଜାତିର ଯୁବ ନେତୃତ୍ଵ ଶ୍ରୀ ଭାଗିରଥି ସେଠୀ ବାବା ଙ୍କ ନାରା ପରେ ଏକ ନୂତନ ନ।ର। ଯଥା ସଞ୍ଚୟ କର, କହି ଏହା କଲେ ଜାତିର ଉନ୍ନତି ସୁନିଶ୍ଚିତ ବଲି କହିଥିଲେ । ଉପ ସଭାପତି ଦିବା ଦିବାକ।ର ଦିଗାଲ ସମ୍ବିଧାନରେ ଅନୁଚୁଚିତ ଜାତି ପାଇଁ ଶିକ୍ଷା ଗତ ଅଧିକାର, ସାମାଜିକ ଅଧିକାର ,ଓ ସମସ୍ତେ ସଂଗଠିତ ହୋଇ ସଂଘର୍ଷ କରି ନିଜର ହକ ଆଦାୟ କରିଥିବା କଥା କହିଥିଲେ ।ଶେଷରେ ସମ୍ପାଦକ ଶ୍ରୀ ଉଧବ ଚନ୍ଦ୍ର ଦିଗାଲ ସମସ୍ତେ ନିଜ ନିଜ ପାଖର ସମ୍ବିଧାନ ବହି ଖଣ୍ଡେ ରଖି ତାହାରି ବିଷୟରେ ଅବଗତ ହେଲେ ସମସ୍ତେ ସାମ୍ବିଧାନିକ ସୁବିଧା ବିଷୟରେ ଜାଣିବାରେ ସୁବିଧା ହୁଅନ୍ତା । କମିଟିର ବରିଷ୍ଟ ସଦସ୍ୟ ଶ୍ରୀ ଚନ୍ଦ୍ର ମୋହନ ନାୟକ ସମ୍ବିଧାନରେ ଅନୁସୂଚିତ ଜାତି ପାଇଁ ଯେଉଁ ସବୁ ଅଧିକ।ର ଅଛି ତାହା କିପରି ସମସ୍ତେ ପାଇପାରିବେ ସେଥି ପାଇଁ ସମସ୍ତେ ମିଳି ମିଶି ସଂଘର୍ଷ କରିବା ଦରକାର ଶେଷରେ ସମ୍ପାଦକ ସଭା ସାଙ୍ଗ କରିଥିଲେ ।ଏହି ବୈଠ କଟିକୁ ଆୟାଜନ କରିଥିବାରୁ କନ୍ଧମାଳ ଶାଖା ସର୍ବ ଭାରତୀୟ ଅନୁସୂଚିତ ଜାତି ମହାସଂଘ ର ଉପ ସଭାପତି ଶ୍ରୀ ଦିବକ।ର ଦିଗାଲ ଙ୍କୁ ସମସ୍ତ ଉପସ୍ଥିତ ସଭ୍ୟ ଓ ନିମନ୍ତ୍ରିତ ଅତିଥି ଧନ୍ୟବ।ଦ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *