ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ l
ଖୋର୍ଦ୍ଧା ତା 31.08.2025 ରିଖ:ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି l ସପ୍ତାହ ବ୍ୟାପୀ ଦିବସ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳକୁ ସ୍ବଚ୍ଛ, ନିର୍ମଳ ଓ ଅନେକ ସୁଦୂର ପ୍ରସାରି ଯୋଜନା ର ଡି ପି ଆର ପ୍ରସ୍ତୁତ ହୋଇଥିବାବେଳେ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ପାଳନ ଉପଲକ୍ଷେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପୌରପରିଷଦ ନିର୍ବାହୀ ଅଧିକାରୀ ରିଜ୍ୱାନ୍ କ୍କୱାବ ଙ୍କ ଅଧ୍ୟକ୍ଷତାରେ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି l ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସାଧାରଣ ସଭାକୁ ଉଦ୍ଘାଟନ କରିଥିଲେ l ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଖୋର୍ଦ୍ଧା ସହର ର ସମସ୍ତଙ୍କ ମୁହଁରେ ହସ ଫୁଟାଇବା ଆମର ସଂକଳ୍ପ l ବର୍ତ୍ତମାନ ଆମେ ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ଯତ୍ନବାନ ହୋଇ ମୋ ସହର ପାଇଁ ମୋର ଦାୟିତ୍ବ ନିର୍ବାହ କରିବାକୁ ଅଛି l ପ୍ରକୃତିକୁ ସୁରକ୍ଷା ଦେବାକୁ ଏବଂ ପ୍ରକୃତି ପାଇଁ କିଛି କରିବାର ଅଛି lପ୍ରତ୍ୟେକ ବ୍ୟକ୍ତି ସ୍ବଚ୍ଛତା ଓ କର୍ତ୍ତବ୍ୟ ସମ୍ପାଦନ କଲେ ଘର, ଦାଣ୍ଡ, ଦୁଆର ସ୍ବର୍ଗ ପାଲଟିଯିବ ବୋଲି ଶ୍ରୀ ଜଗଦେବ ଆହ୍ଵାନ ଦେଇଥିଲେ l ସେ ଆହୁରି କହିଥିଲେ ନବନିର୍ମାଣ ର ଯୁଗ ଖୋର୍ଦ୍ଧାରେ ଆରମ୍ଭ ହୋଇଛି l ଦୃତ ବିକାଶ ପଥରେ ଖୋର୍ଦ୍ଧା ପୌର ପରିଷଦ l ଖୋର୍ଦ୍ଧା ପୌର ପରିଷଦ ର ପ୍ରତ୍ୟେକ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ, ଅର୍ଥନୈତିକ ଓ ସାମାଜିକ ବିକାଶ କାର୍ଯ୍ୟ ଚାଲୁରହିଛି ଯାହା ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଅଂଶ ହେବ l ଆଜିର ୬୬ ତମ ଖୋର୍ଦ୍ଧା ପୌର ପରିଷଦ ର ଜନ୍ମ ଦିବସରେ ଆମ ସମସ୍ତେ ସଂକଳ୍ପ ନେଇ ଖୋର୍ଦ୍ଧା କୁ ସରସ ସୁନ୍ଦର ଓ ଆକର୍ଷଣୀୟ କରି ଖୋର୍ଦ୍ଧା ପାଇକ ମାଟିର ବିରତ୍ଵ ଗାଥା କୁ ଉଜ୍ଜବିତ କରିବାକୁ ଆହ୍ଵାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଶଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା ଯୋଗଦେଇ କହିଲେ ଖୋର୍ଦ୍ଧା ପୌର ପରିଷଦ ର ଦୋକାନ ଓ କେବିନ୍ ବଡ଼ ସମସ୍ୟା ର ଖୁବ୍ ଶୀଘ୍ର ସମାଧାନ ହେବ l ପୌର ପରିଷଦ ର ଜନ୍ମ ଦିନକୁ ଆମେ ସ୍ୱାୟତ୍ତ ଶାସନ ଦିବସ ଭାବେ ପାଳନ କରୁଛେ l ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଏବଂ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ କଠିନ ପରିଶ୍ରମରେ ଖୋର୍ଦ୍ଧା ପୌର ପରିଷଦ ଦୃତ ବିକାଶ ପଥରେ ଆଗେଇ ଚାଲିଛି l ରାସ୍ତା ଘାଟ, ନାଳ ନର୍ଦ୍ଦମା , ପରିମଳ ଓ ସ୍ବଚ୍ଛତା କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯାଉଛି l ସମସ୍ତଙ୍କ ସହଯୋଗ ରହିଲେ ପ୍ରତ୍ୟେକ ୱାର୍ଡ ସର୍ଭେ କରି ଯେଉଁ ୱାର୍ଡରେ ଯାହା ଆବଶ୍ୟକ ଅଛି ତାହା ତୁରନ୍ତ ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ l ପ୍ରାରମ୍ଭରେ ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ପୌର ପରିଷଦ ରୀଜ୍ୱାନା କାକ୍ଵାବ ସ୍ୱାଗତ ଭାଷଣ ଓ ଦିବସ ପାଳନର ଆଭିମୁଖ୍ୟ ଓ ଉଦେଶ୍ୟ ସମ୍ଵନ୍ଧରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ପୌର ପରିଷଦ ନିର୍ବାହୀ ଅଧିକାରୀ ରୀଜ୍ଵାନା କାକ୍ୱାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀ ସୌର୍ଯ୍ୟ ରଞ୍ଜନ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀଧର ବଡ଼ଜେନା, ତପନ ମହାପାତ୍ର, ଆଶିଷ କୁମାର ରାୟ, ମିନତୀ ମିଶ୍ର, ପ୍ରିୟଦର୍ଶିନୀ ମହାରଣା, ଶାନ୍ତିଲତା ଦେବୀ,

ବିଶିଷ୍ଟ ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ, ଲଳିତ ମୋହନ ମହାପାତ୍ର, ଶୁଭ୍ରାଂଶୁ ସାମନ୍ତରାୟ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l ସେହିପରି କଳାକାର ଶ୍ରୀ ଅନ୍ଵେଶ ସଚିନ ସିଂହ, ଅଭିନେତା ତନ୍ମୟ କୁମାର ଦାସ, ଚିତ୍ରକର କାର୍ତ୍ତିକ ଚନ୍ଦ୍ର ଜେନା , ସମାଜସେବୀ ଅବନୀ କୁମାର ଜେନା, ଯୋଗ ଗୁରୁ ଜ୍ୟୋତିରଂଜନ ସାହୁ, କ୍ରୀଡାବିତ୍ ଦିଲ୍ଲୀପ କୁମାର ପଟ୍ଟନାୟକ, ଶିକ୍ଷକ କେଶବ ଚନ୍ଦ୍ର ତ୍ରିପାଠୀ, ପୋଷ୍ଟ ମ୍ୟାନ ସୁଚିତ୍ରା ବେହେରା, ଆଗ୍ନିକ ମାଧବ ପ୍ରଧାନ, କନେଷ୍ଟବଳ ରାକେଶ କୁମାର ମୁଦୁଲି, ଟ୍ରାଫିକ କନେଷ୍ଟବଳ ସୁଶାନ୍ତ କୁମାର ବେହେରା, ରୋଭର ସୋମେଶ କୁମାର ପଟ୍ଟନାୟକ, ସ୍ମୃତି ସାଗରିକା ହାତୀ, ୟୁଥ୍ ରେଡକ୍ରସ ମୁଷ୍କାନ ଠାକୁର, ସାଗର ଦାସ,ଏନ୍ ସି ସି ସଂଗ୍ରାମ ପୁହାଣ, ଶୁଭଶ୍ରୀ ପଣ୍ଡା,ଏନ୍ ଏସ ଏସ ସୁଭଲକ୍ଷ୍ମି ପ୍ରଧାନ,ସୋମକ ସ୍ମାରକ ପଟନାୟକ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ, ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ହାଏଷ୍ଟ ନମ୍ୱର୍ ରଖିଥିବା ଛାତ୍ର ଦେବୀ ପ୍ରସାଦ ସାହୁ, ଶ୍ରେଷ୍ଠ ସହାୟକ, ପୌରପରିଷଦ ଶ୍ରୀ ସବ୍ୟସାଚୀ ନାୟକଙ୍କ ସମେତ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ସେବା ଯୋଗାଇ ଦେଇଥିବା କର୍ମଚାରୀ,ଏବଂ ପୌର ପରିଷଦ ପରିଷଦ ବର୍ଗ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବିଭିନ୍ନ ଖେଳର କୃତୀ ପ୍ରତିଯୋଗୀ, କ୍ରିକେଟ ଖେଳର ଶ୍ରେଷ୍ଠ ବୋଲର ୱାର୍ଡ ନମ୍ୱର୍ ୨୨ ର ନାଗ ଭୂଷଣ ଜେନା ଏବଂ ମ୍ୟାନ ଏଫ୍ ଦି ମ୍ୟାଚ୍ ୱାର୍ଡ ନମ୍ୱର୍ ୧ ର ଜିତେନ୍ଦ୍ର କୁମାର ବେହେରା ଙ୍କ ସମେତ, ଚିତ୍ରାଙ୍କନ, ରଙ୍ଗୋଲି ଓ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ସମ୍ମାନିତ କରିଥିଲେ l ସାଧାରଣ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଭାଜପା କର୍ମକର୍ତ୍ତା ଶ୍ରୀ ନିକୁଞ୍ଜ ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ପୌରପରିଷଦ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ଜନ ପ୍ରତିନିଧି, ସମସ୍ତ ୱାର୍ଡ କାଉନସିଲର, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l
