ଭାରତୀୟ ମଜଦୁର ସଂଘ ଓଡିଶା ତରଫରୁ ସାମ୍ବାଦିକ ସମ୍ମିଳନୀ

ଭାରତୀୟ ମଜଦୁର ସଂଘ ଓଡିଶା ତରଫରୁ ସାମ୍ବାଦିକ ସମ୍ମିଳନୀ ଫେବୃଆରୀ ୨୦୨୬ ରେ ପୁରୀରେ ଭାରତୀୟ ମଜଦୁର ସଂଘ (BMS)ର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ହିମତେ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପୃଥ୍ବୀ ରାଜ ପଣ୍ଡାଙ୍କ ଦ୍ବାରା ପ୍ରେସ ବିବୃତ୍ତୀ

୨୦୨୬ ଫେବୃଆରୀ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖଳ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ।

୨୮ ରାଜ୍ୟ, ୪ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୪୨ ଶିଳ୍ପ ଫେଡେରେସନର ପ୍ରତିନିଧ୍ଵ କରୁଥିବା ସାରା ଭାରତରୁ ପ୍ରାୟ ୨୫୦୦ ମନୋନୀତ ପ୍ରତିନିଧ୍ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ୪୦୦ ରୁ ଅଧ‌ିକ ସ୍ୱେଚ୍ଛାସେବୀ କାର୍ଯ୍ୟ କରିବେ ।

। ଏହି ଆନ୍ତର୍ଜାତୀୟ ଆଲୋଚନାଚକ୍ରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଶ୍ରମିକ ସଂଗଠନ ଆନ୍ଦୋଳନରେ ମହିଳାମାନଙ୍କ ଅଂଶଗ୍ରହଣ ଉପରେ ଅନୁଷ୍ଠିତ ଜାତୀୟ ଆଲୋଚନାଚକ୍ରରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। । ଜାତୀୟ ମହିଳା କମିଶନର ଅଧ୍ଯକ୍ଷା ଶ୍ରୀମତୀ ବିଜୟା ରାହତକର ସ୍ବତନ୍ତ୍ର ଅତିଥି ଭାବରେ ଯୋଗଦେବେ । ଶ୍ରୀ ଭି ଭଗାୟା, “ବର୍ତ୍ତମାନର ଜାତୀୟ ପରିସ୍ଥିତି ଏବଂ ଆମର ଭୂମିକା” ଉପରେ ଏକ ସ୍ବତନ୍ତ୍ର ଭାଷଣ ଦେବେ। ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହି ସମ୍ମିଳନୀ ରେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେବେ

Leave a Reply

Your email address will not be published. Required fields are marked *