ଆଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍‌ ୱାର୍କରସ୍ ଏସୋସିଏସନ୍ ଗୁଣପୁର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୨ ଦଫା ଦାବି ପତ୍ର ଗୁଣପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ

ରାୟଗଡ଼ା : ତା : ୦୪/୦୬/୨୫ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଆଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍‌ ୱାର୍କରସ୍ ଏସୋସିଏସନ୍ ଗୁଣପୁର ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୨ ଦଫା ଦାବି ପତ୍ର ଗୁଣପୁର ଉପଜିଲ୍ଲାପାଳ କୀରନ ଦୀପ କୋର ସାହାଟାଙ୍କୁ ପ୍ରଦାନ କରିଛନ୍ତି।ଏହି ଅବସରରେ ଗୁଣପୁର ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିରାଟ ଶୋଭା ଯାତ୍ରାରେ ବାହାରି ସହର ମୂଖ୍ୟ ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର କରିବା ପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଶ୍ରୀ ସୁଷମା ପ୍ରସାଦଙ୍କୁ ଦାବି ପତ୍ର ପ୍ରଦାନ କରି ଅନୁରୋଧ କରିବା ସହ ତୁରନ୍ତ ସମାଧାନ ନହେଲେ ଆସନ୍ତା ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ , ସମ୍ମାନିୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ଆଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍‌ ୱାର୍କରସ୍ ଏସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଉଷାରାଣୀ ଦାଶ, ଗୁଣପୁର ସଭାପତି ମନୋଜ କୁମାର ଦାସ , ପ୍ରଦୀପ ଦାଶ ଯୋଗ ଦେଇଥିବା ବେଳେ କାର୍ଯ୍ୟାକ୍ରମକକୁ ଗୁଣପୁର ଶାଖା ସଭାନେତ୍ରୀ ଯଶସ୍ମିନୀ ମହାପାତ୍ର , ସମ୍ପାଦିକା ସନ୍ଧ୍ୟାରାଣୀ ଦାସ , ପୁଷ୍ପାଞ୍ଜଳି ଦେଇ , ସୁନ୍ତୋନି ରଇତ , ଭି ଉମାରାଣୀ , ପ୍ରଭାଦେବି ପରିଚାଳନା କରିଥିଲେ।ଦାବି ମଧ୍ୟରେ ୧) ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଟଙ୍କା ୧୮,୦୦୦/- (ଅଠର ହଜାର) ଓ ସହାୟିକା ମାନଙ୍କ ଦରମା ଟଙ୍କା ୧୦,୦୦୦/- (ଦଶ ହଜାର) କରାଯାଉ ।୨) ମୂଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆସୁଥିବା ଖାଦ୍ୟ ପରିଚାଳନା ଅର୍ଥ ତୁରନ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଦାନ କରାଯାଉ ।୩) କିଶୋରୀ ବାଳିକା ମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଅଣ୍ଡା ବାବଦୀୟ ଅର୍ଥ ୨୦୨୨ ମସିହାରୁ ବର୍ତମାନ ସୁଦ୍ଧା ତୁରନ୍ତ ପ୍ରଦାନ କରାଯାଉ ।୪) ଅଙ୍ଗନବାଡ଼ି କର୍ମୀ ମାନଙ୍କ ଘରଭଡ଼ା ୨୦୨୩ରୁ ବର୍ତମାନ ସୁଦ୍ଧା ତୁରନ୍ତ ପ୍ରଦାନ କରାଯାଉ ।୫) ଅଙ୍ଗନବାଡ଼ି କର୍ମୀଙ୍କ ବୈଠକରେ ଯୋଗ ଦେଉଥୁବା ଟି.ଏ, ଓ ଡ଼ି.ଏ ତୁରନ୍ତ ପ୍ରଦାନ କରାଯାଉ ।୬) ଅନ୍ୟାୟ ମୂଳକ ଭାବରେ ଗୋଟିଏ ଦିନ ଭିଜିଟ୍‌କୁ ଯାଇ ଗୋଟିଏ ମାସର ଦରମା ବନ୍ଦକୁ ତୁରନ୍ତ ବନ୍ଦ କରାଯାଉ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ କରାଯାଇଥିବା ଦୁର୍ନିତି ତୁରନ୍ତ ବନ୍ଦ କରାଯାଉ ।୭) ଗୁଣପୁର ବ୍ଳକ୍‌ର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ତୁରନ୍ତ ବୈଦୁତିକ ସଂଯୋଗ କରାଯାଉ ଓ ବିଦ୍ୟୁତ୍ ବାବଦ ଅର୍ଥ ପ୍ରଦାନ କରାଯାଉ ।୮) ଅଙ୍ଗନବାଡ଼ି କର୍ମୀଙ୍କୁ ତୁରନ୍ତ ମୋବାଇଲ ଚାର୍ଜର ଅର୍ଥ ପ୍ରଦାନ କରାଯାଉ ।୯) ସୁପରଭାଇଜରମାନେ ଭିଜିଟ୍ ସମୟରେ ଆଦାୟ ଅର୍ଥ ତୁରନ୍ତ ବନ୍ଦ କରନ୍ତୁ ।୧୦) ଚାଉଳ ପ୍ରଦାନ ସମୟରେ ୫୦ କେ.ଜି.ବଦଳରେ ୩୫ କେଜି ଯୋଗାଣ କରାଯାଉଅଛି । ଏଣୁ ଏହି ଭଳି ଦୁର୍ନୀତିକୁ ତୁରନ୍ତ ବନ୍ଦ କରାଯାଇ ସଠିକ୍ ଚାଉଳ କେନ୍ଦ୍ରକୁ ପ୍ରଦାନ କରାଯାଉ ।ଏଥି ସହ ସମସ୍ତ ୨୨ଟି ଦାବି ପୂରଣ ନହେଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ରାୟଗଡାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *