ଦେଶର ପେନସନ ଭୋଗୀ ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଙ୍କ ଭେଲିଡେସନ ଆକ୍ଟ କୁ ବିରୋଧ କରିବେ
ଦେଶର ପେନସନ ଭୋଗୀ ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଳା ବେଡ଼ଜ ପରିଧାନ କରି ଭେଲିଡେସନ ଆକ୍ଟ କୁ ବିରାଧ କରିବେ ବ୍ରହ୍ମପୁର 02/03( ):ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଶାଖାର କାର୍ଯକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଏନ ଜି ଓ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ର ସରକାରଙ୍କ ପେନସନ ବିରୋଧୀ ଭେଳି୍ଡେସନ ଆକ୍ଟ ପାସ୍ କରି ଦେଶର ଲକ୍ଷ ଲକ୍ଷ ପେନସନ ଭୋଗୀ ଙ୍କ ପ୍ରାପ୍ୟ କୁ ସଂକୁଚିତ କରିବା ଓ ସେମାନଙ୍କ ମନରେ ବିଭାଜନ ସ୍ୱଷ୍ଟି କରିବା ଭଳି ମନ୍ଦ ଉଦେଶ୍ୟ ବିରୁଦ୍ଧରେ ତୀବ୍ର ବିରୋଧ କରାଯାଇଥିଲା, ଉକ୍ତ ଭେଳି୍ଡେସନ ଆକ୍ସ 25କୁ ବାତିଲ କରିବାପାଇଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, କେନ୍ଦ୍ର ଅର୍ଥମନ୍ତ୍ରୀ କୁ ଦେଶର ସମସ୍ତ ଜିଲ୍ଲାପାଳ ଙ୍କ ଜରିଆରେ ନିବେଦନ କରାଯାଇଥିଲା କୌଣସି ସୁଫଳ ନ ମିଳିବାରୁ ସର୍ବଭାରତୀୟ ରାଜ୍ୟ ପେନସନ ଫେଡେରେସନ ଆହ୍ୱାନ କ୍ରମେ ଚଳିତ ମାର୍ଚ୍ଚ ମାସ 25ତାରିଖ କୁ କଳା ଦିବସ ରୂପେ ପାଳନ କରାଯାଇ କଳା ବ୍ୟା ଡ ଜ ପରିଧାନ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି, ଏହି କ୍ରମରେ ଆସନ୍ତା ମାର୍ଚ୍ଚ 25 ତାରିଖ ଦିନ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ଠାରେ ପୂର୍ବାହ୍ନ 10 ଘଣ୍ଟା 30 ମିନଟ ସମୟରେ ଭେଳି ଡେ ସନ ଆକଟ ବିରୁଦ୍ଧରେ ଶାନ୍ତି ପୂର୍ଣ୍ଣ 2

ଘଣ୍ଟା ଧାରଣା ଦେଇ ଆକଟ 25 କୁ ଅଗ୍ନି ସଂଯୋଗ କରାଯିବ, ଏହା ବାତିଲ ନିମନ୍ତେ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଙ୍କ ଦପ୍ତରକୁ ରାଜସ୍ବ କମିଶନର ଙ୍କ ଜରିଆରେ ପ୍ରେରଣ କରାଯିବ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଛତ୍ରପୁର ଠାରେ ସବଡ଼ିଭିଜନ ର ଅବସରପ୍ରାପ୍ତ କର୍ମଚାରୀ ମାନେ କଳା ଦିବସ ପାଳନ କରି କଳା ବ୍ୟାଡଜ ପିନ୍ଧି ଉପଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କ ଦପ୍ତରକୁ ସ୍ଵାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବ, ଆଲୋଚନା ରେ ଜିଲ୍ଲା ସମ୍ପାଦକ ଅଶୋକ କୁମାର ଦଳାଇ,ସଭାର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର କୁମାର ପଣ୍ଡା ଓ ସହ ସମ୍ପାଦକ ମିହିର କାନ୍ତ ମହାପାତ୍ର, ଜିଲ୍ଲା ଉପଦେଷ୍ଟା କାମରାଜୂ ମହାରଣା, ଉପସଭାପତି ସୁବାଷ ଚନ୍ଦ୍ର ମିଶ୍ର, ସମୀର କୁମାର ଆଚଯ୍ୟ, କନ୍ୟା କୁମାରୀ, ବଜେନ୍ଦ୍ର ଉପାଧ୍ୟାୟ, ଶାନ୍ତିଲତା ଦେବୀ ଓ କୁମାର ସ୍ୱାମୀ ପାତ୍ର ଓ ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରିଥିଲେ
