ଶ୍ରୀ ମନ୍ଦିରର ସମସ୍ତ ନୀତି କାନ୍ତି ଜ୍ୟୋତିଷ ଓ ବlସ୍ତୁଶାସ୍ତ୍ର ସମ୍ମତ
ଶ୍ରୀ ମନ୍ଦିରର ସମସ୍ତ ନୀତି କାନ୍ତି ଜ୍ୟୋତିଷ ଓ ବlସ୍ତୁଶାସ୍ତ୍ର ସମ୍ମତ lକେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସରରେ ଶ୍ରୀ କ୍ଷେତ୍ରlଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ, ପୁରୀ, ଓଡ଼ିଶାର ଶ୍ରୀମନ୍ଦିରରେ ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁଶାସ୍ତ୍ର ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇ ଅଛି l ସଦାଶିବ ପରିସରର ନିର୍ଦେଶକ ଜ୍ୟୋତିଷlଚାର୍ଯ୍ୟ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ l ଜ୍ୟୋତିର୍ବିଦ୍ୟା ଓ ବlସ୍ତୁଶାସ୍ତ୍ର ର ଉତ୍ପତି ସମ୍ପର୍କରେ ସେ ଆଲୋକପlତ କରିଥିଲେ l ପ୍ରାରମ୍ଭରେ ପ୍ରତିଷ୍ଠାନର ସଭାପତି ପ୍ରାଧ୍ୟାପକ ଡ଼ ବଳରାମ ଦାଶ ମହାପ୍ରଭୁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ଜଗନ୍ନାଥ ଅଷ୍ଟକମ ଗାନ କରିଥିଲେ l ସାମ୍ବାଦିକ ମଧୁସୂଦନ ମିଶ୍ର ସଭା ସଂଚାଳନ କରିଥିଲେ l ସମ୍ପାଦକ ତଥା ଜ୍ୟୋତିର୍ବିଦ ଦୟାନିଧି ପଣ୍ଡା ସ୍ୱାଗତ ଭାଷଣ ସହ ଶ୍ରୀ ମନ୍ଦିରରେ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରର ଉପାଦେୟତା ତଥା ଜଗନ୍ନାଥସ୍ୱୟଂ ଗ୍ରହ ରୁପି ଜନାର୍ଦ୍ଦନ ବୋଲି ପ୍ରତିପାଦନ କରିଥିଲେ l ମୁଖ୍ୟ ଅତିଥି ରୁପେ ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ଶ୍ରୀ ଜଗନ୍ନାଥ ମନ୍ଦିରର ନୀତି କାନ୍ତି ତଥା ଯାନି ଯାତ୍ରା ପର୍ବ ପର୍ବାଣି ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର ସମ୍ମତ ବୋଲି ଅବିହିତ କରିଥିଲେ l ମୁଖ୍ୟ ବକ୍ତା ରୁପେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଧର୍ମଶାସ୍ତ୍ର ବିଭାଗର ପ୍ରାକ୍ତନ ପ୍ରଫେସର ଡ଼ ମାଧବ ଚନ୍ଦ୍ର ପଣ୍ଡା କହିଲେ, ଶ୍ରୀ ମନ୍ଦିର ପାଞ୍ଜି ଜ୍ୟୋତିର୍ବିଦ ମାନଙ୍କ ପରାମର୍ଶ ଅନୁସାରେ ହେବାସହ ବlସ୍ତୁଶାସ୍ତ୍ର ଅନୁଯାୟୀ ଶ୍ରୀମନ୍ଦିର ନିର୍ମିତ l ମହାପ୍ରଭୁଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମ ଜ୍ୟୋତିଷଶାସ୍ତ୍ର ଓ ଶ୍ରୀ ମନ୍ଦିର ଜ୍ୟୋତିଷ ଖୁରିନାହାକଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇ ଥାଏ ବୋଲି ମତ ପ୍ରଦାନ କରିଥିଲେ l ବିଶିଷ୍ଟଅତିଥି ରୁପେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ,ସମ୍ମାନିତ ଅତିଥି ରୁପେ ମହନ୍ତ ଶୁଭlନନ୍ଦ ପୁରୀ,ଜ୍ୟୋତିର୍ବିଦ ବିଚିତ୍ରା ନନ୍ଦ ମିଶ୍ର, ବରିଷ୍ଠ ସେବକ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ସମାଜ ସେବୀ ସତ୍ୟବାଦୀ ଦାଶ ଜ୍ୟୋତିର୍ବିଦ ବିଚିତ୍ରlନନ୍ଦ ମିଶ୍ର, ସେବକ ବିଶ୍ୱନାଥ ସାମନ୍ତରାୟ, ଶ୍ୟାମା ପ୍ରସାଦ ମିଶ୍ର ଯୋଗଦେଇ ବlସ୍ତୁଶାସ୍ତ୍ର ଅନୁଯାୟୀ ଶ୍ରୀମନ୍ଦିରର ଐlଷାଣ କୋଣରେ ସ୍ନାନ ମଣ୍ଡପ, ଅଗ୍ନିକୋଣରେ ରୋଷାଶାଳା, ଇତ୍ୟାଦି ରହିଛି,ଶଙ୍ଖକ୍ଷେତ୍ର ଶ୍ରୀମନ୍ଦିର ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପରିଚାଳିତ ବୋଲି ମତବ୍ୟକ୍ତ କରିଥିଲେ l ଦ୍ୱିତୀୟ ଅଧିବେଶନ ଶ୍ରୀ ଜଗନ୍ନାଥ ଭାବ ମନ୍ଥନ କାର୍ଯ୍ୟକ୍ରମରେ ମହତ ପର୍ଶୁରାମ ଦାଶ, ମହାରାଜ, ପ୍ରଫେସର ବିଶ୍ୱରଞ୍ଜନ ପତି,ସେବକ ନୀଳମଣି ଗୁରୁ,ସେବକ ଗଣେଶ୍ଵର ମହାସୁଆର,ପ୍ରମୁଖ ଯୋଗଦେଇ ଜଗନ୍ନାଥ ତତ୍ତ୍ୱ ଓ ଭକ୍ତି ଭାବ ସମର୍କରେ ଆଲୋକ ପlତ କରିଥିଲେ l ଶିକ୍ଷୟିତ୍ରୀ ଦିପ୍ତୀମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l ଶ୍ୟାମ ସୁନ୍ଦର ହାଲଦାର, ରବିନାରାୟଣ ଖଡ଼ିରତ୍ନ, ଡ଼.ସସ୍ମିତା ମିଶ୍ର, ଅରବିନ୍ଦ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ l ପଣ୍ଡିତ ଦୟାନିଧି ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
