କୋରେଇ ବ୍ଲକ ତାଳଗାଡିଆ ସ୍ଥିତ ଆଶ୍ରମ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯ୍ୟାତନା ଅଭିଯୋଗ।
କୋରେଇ ବ୍ଲକ ତାଳଗାଡିଆ ସ୍ଥିତ ଆଶ୍ରମ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯ୍ୟାତନା ଅଭିଯୋଗ। ନିର୍ଯ୍ୟାତନା ସହ୍ୟ କରି ନପାରି ବିଦ୍ୟାଳୟ ପାଚେରି ଡେଇଁ ପଳାଉଥିବା ସମୟରେ ୩ ଛାତ୍ରଙ୍କୁ ଉଦ୍ଧାର କରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ସୂଚନା ଅନୁଯାୟୀ ଗତକାଲି କୋରେଇ ବ୍ଲକ ଟାଳଗାଡ଼ିଆ ଆବାସିକ ଆଶ୍ରମ ସ୍କୁଲର ୩ ଜଣ ଛାତ୍ର ଦିନ ୩ଟା ବେଳେ ସ୍କୁଲ ପାଚେରୀ ଡେଇଁ ପଳାଇ ଯାଇଥିଲେ । ସେମାନେ ଚାଲି ଚାଲି ଯାଉଥିବା ବେଳେ ବଳଦିଆ ଛକ ନିକଟରେ ସେମାନଙ୍କୁ ଅଟକାଇ ପଚାରିବାରୁ ସେମାନେ ସ୍କୁଲ ରୁ ଲୁଚି ପଳାଇଆସିବା କଥା କହିଥିଲେ ।

ପରେ ସ୍ଥାନୀୟ ଲୋକ କୋରେଇ ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଛାତ୍ର ଙ୍କୁ ଥାନାକୁ ଥାନାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରିଥିଲେ l। ଉକ୍ତ ଛାତ୍ର ଙ୍କ ପରିବାର ଲୋକଙ୍କୁ ଡକାଇବା ସହ CWC କୁ ଜଣାଇବା ସହ ଘଟଣାକୁ ନେଇ ପୋଲିସର ତନାଘନା ଆରମ୍ଭ କରିଛି । ସେପଟେ ତାଳଗଡିଆ ଆଶ୍ରମ ବିଦ୍ୟାଳୟରୁ ଛାତ୍ର ପାଚେରୀ ଡେଇଁ ପଳେଇବା ଘଟଣା ରେ ସ୍କୁଲରେ ପହଂଚି ତଦନ୍ତ ଆରମ୍ଭ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା l ଶ୍ରୀ ବେହେରା ସ୍କୁଲର କତୃପକ୍ଷ ଓ ଛାତ୍ରଙ୍କ ଅଭିଭାବକଙ୍କୁ ବିଭିନ୍ନ ଦିଗ ଉପରେ ପଚରାଉଚରା କରିଥିଲେ l ଏଥିସହିତ ପୁନର୍ବାର ଏଭଳି ଘଟଣା ଯେଭଳି ନହେବ ସେଥିପାଇଁ ଧ୍ୟାନ ଦେବାକୁ ଶ୍ରୀ ବେହେରା ସ୍କୁଲର କତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
