ପ୍ରସ୍ତାବିତ ରାଜସ୍ଵଗ୍ରାମ ରେ ମଜୁରାଇ ପଡାଗ୍ରାମକୁ ମିଶ୍ରଣ ଉଦ୍ୟମ ଅଭିଯୋଗ।

ପ୍ରସ୍ତାବିତ ରାଜସ୍ଵଗ୍ରାମ ରେ ମଜୁରାଇ ପଡାଗ୍ରାମକୁ ମିଶ୍ରଣ ଉଦ୍ୟମ ଅଭିଯୋଗ।ପ୍ରତିବାଦ ରେ ରଘୁନାଥପୁର ତହସିଲ ସମ୍ମୁଖରେ ଗ୍ରାମବାସୀ ଙ୍କ ଆନ୍ଦୋଳନ।ପ୍ରତି ସୣତିପରେ ସ୍ଥଗିତ ରହିଲା ଆନ୍ଦୋଳନ।ରଘୁନାଥପୁର ତା ୧୧/୧୨-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନ ରେଢୁଆ ଗ୍ରାମପଞ୍ଚାୟତ ତଥା ରେଢୁଆ ରାଜସ୍ଵ ଗ୍ରାମକୁ ଲାଗିରହିଥିବା ମଜୁରାଇ ପଡାଗ୍ରାମ କୁ ପ୍ରଶାସନ ସରକାରଙ୍କ ପ୍ରସ୍ତାବିତ ରାଜସ୍ଵ ଗ୍ରାମରେ ମିଶ୍ରଣକୁ ବିରୋଧ କରି ଗୁରୁବାର ମଜୁରାଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରଘୁନାଥପୁର ତହସିଲ ସମ୍ମୁଖରେ ଆନ୍ଦୋଳନ ରେ ବସିଥିବା ସହିତ ଏକ ଦାବୀପତ୍ର ତହସିଲର ଙ୍କୁ ପ୍ରଦାନ କରିଥିବା ଦେଖିବାକୁ ମିଳୁଛି।ଗ୍ରମବାସୀ ମାନେ ଏହାକୁ ବିରୋଧ କରି ଗତ ୪ମାସହେବ ପ୍ରଶାସନ ନିକଟକୁ ଦୈଡିଦୈଡି ନୟାନ୍ତ ହୋଇ ଶେଷରେ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିଥିଲେ।ତେବେ ଅଭିଯୋଗରେ ଅନୁଯାୟୀ ଭୈଗୋଳିକ ଦୣଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ପଡାଗ୍ରାମର ଚାଷଜମି, ମଶାଣି, ସ୍କୁଲ, କଲେଜ, ଡାକ୍ତରଖାନା, ମନ୍ଦିର ଓ ଆଧ୍ୟାତ୍ମିକ ଅନୁଷ୍ଠାନପରି ସମସ୍ତ ମୈଳିକ ସୁବିଧା ମାନ ରେଢୁଆଗ୍ରାମ ସହିତ ଲାଗିରହିଛି।ରେଢୁଆ ଓ ମଜୁରାଇ ମଧ୍ୟରେ କୈଣସି ପାର୍ଥକ୍ୟ ମଧ୍ୟନାହିଁ।ତେବେ ଏହି ପଡାଗ୍ରାମକୁ ଲାଗିରହିଥିବା ଆଉ ଏକ ପଡାଗ୍ରାମ ବାରତିରା ର କି କିଛି ନେସ୍ତସ୍ଵାର୍ଥ ବ୍ୟକ୍ତି ମଜୁରାଇ ପଡାଗ୍ରାମର ଦଣ୍ଡା,ମସାଣି,ଗୋଚର ଜମି କୁ ନେବାସହିତ ମଜୁରାଇଗ୍ରାମକୁ ବାରତିରାଗ୍ରାମ ସହିତ ମିଶାଇବା ପାଇଁ ଅପଚେଷ୍ଟା କରୁଥିବା ଜାଣି ମଜୁରାଇ ଗ୍ରାମବାସୀ ମାନେ ରାଜସ୍ବମନ୍ତ୍ରୀ, ଆରଡିସି,ଜିଲ୍ଲାପାଳ ଓ ରଘୁନାଥପୁର ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିବାସତ୍ବେ ମଧ୍ୟ କିଛିସୁଫଳ ନ ମିଳିବାରୁ ସେମାନେ ଆନ୍ଦୋଳନ ପନ୍ଥାଗ୍ରହଣ କରିଥିଲେ।ଗ୍ରାମର ବିଜୟଲକ୍ଷ୍ମୀ ସ୍ବାଇଁ,ଶାନ୍ତିଲତା ଜେନା,ଜଚିନ୍ଦ୍ର ସ୍ବାଇଁ,ରଞ୍ଜିତ ମହାନ୍ତି, କୣତିବାସ ଜେନା,ଶରୀତା ଲେଙ୍କା,ଭାସ୍କର ଚନ୍ଦ୍ର ନାୟକ, ପିତାମ୍ବର ନାୟକ,ସୁରମା ନାୟକ, ଭାବଗ୍ରାହୀ ମହାନ୍ତି,ମନୋଜ କୁମାର ଜେନା ଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନରେ ସାମିଲହୋଇ ପ୍ରତିବାଦ କରିଥିଲେ।ତହସିଲଦାର ରାଜଲକ୍ଷୀ ନାୟକ ଆନ୍ଦୋଳନ କାରୀଙ୍କୁ ଡକାଇ ବୁଝାସୁଝା କରି ଯାହାଫଇସଲା କରାଯିବ ଗ୍ରାମବାସୀ ଙ୍କୁ ଡକାଯାଇ ସେମାନଙ୍କ ମତ ନିଆଯାଇଫାଇନଲ କରାଯିବ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୁତ ହୋଇଥିଲା।

Leave a Reply

Your email address will not be published. Required fields are marked *