ସରକାରୀ ଅନାବାଦୀ ଜମିରେ ଗୃହ ନିର୍ମାଣ ଅଭିଯୋଗ

କୋଣାର୍କ:-28/11/2025:- ପୁରୀ ଜିଲ୍ଲା ଗୋପ ତହସିଲ ଅଧିନରେ ଥିବା କୋଣାର୍କ ମୌଜା ରାଉଳପାଟଣା ନିକଟରେ ଗୋଚର ଜମି ଉପରେ ମାନ୍ୟବର କୋର୍ଟର ନିର୍ଦ୍ଦେଶ କୁ ଅବମାନନା କରି ବେଆଇନ ଜବରଦଖଲ ଓ ଗୃହ ନିର୍ମାଣ ହେଉଥିବା ନେଇ କିଛି ଲୋକମାନେ ଅଭିଯୋଗ କରିଛନ୍ତି। ସେପଟେ ଅପର ପକ୍ଷ ମଧ୍ୟ ଆମ ଜମି କହିବା ବେଳେ ଦୁଇ ପକ୍ଷଙ୍କର ଅଭିଯୋଗ କୁ ନେଇ କୋଣାର୍କ ପୋଲିସ ଦୁଇ ପକ୍ଷଙ୍କୁ ଜାଗା ଉପରକୁ ଯିବାକୁ ବାରଣ କରିଛନ୍ତି। ସୁଚନା ଅନୁଯାୟୀ କୋଣାର୍କ ମୌଜାର ଖାତା ନମ୍ବର୍ ୨୯୮ ପ୍ଲଟ ୧୫୯୧ ରେ ଥିବା ସରକାରୀ ଅନାବାଦି ଜମିକୁ ବେଆଇନ୍ ଭାବେ ଜବରଦଖଲ କରି ବେଆଇନ୍ ଗୃହ ନିର୍ମାଣ କରାଯାଇଥିବା ନେଇ ଗୋପ ତହସିଲ ପ୍ରଶାସନ ଓ କୋଣାର୍କ କୋର୍ଟ ରେ ଦୁଇ ପକ୍ଷଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। କୈଳାସ ଚନ୍ଦ୍ର ବେହେରା, ଇନ୍ଦ୍ରମଣି ବେହେରା, ଚନ୍ଦ୍ରମଣି ବେହେରା, ବିରଞ୍ଚି ସାହୁ ଓ ସୁକାନ୍ତ ସାହୁ ପ୍ରମୁଖ ତାଙ୍କର ଜମି ସୂଚାଇ ମାମଲା ରୁଜୁ କରିଥିଲେ। ମାନ୍ୟବର କୋଣାର୍କ କୋର୍ଟ ପକ୍ଷରୁ ଉକ୍ତ ଅଭିଯୋଗ ଅନୁଯାୟୀ ଷ୍ଟାଟସ୍ କୋ ଲଗାଯାଇଥିବା ବେଳେ କିପରି ଜମି ଉପରେ ଅପରପକ୍ଷ ଜାଇ ଘରର କବାଟ ଲଗାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁକାନ୍ତ ସାହୁ । ସେପଟେ ଏ ସବୁ ମିଥ୍ୟା ବୋଲି ଅପରପକ୍ଷର ଦୁଇଜଣ ଚନ୍ଦ୍ରମଣି ମଲ୍ଲ ଓ କମଳ ଲୋଚନ ଦାସ ଏହାକୁ ଖଣ୍ଡନ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ମାନ୍ୟବର କୋର୍ଟ ରେ ବିଚାର ଧିନ ଥିବା ସତେ କିପରି ଦୁଇପକ୍ଷ ସେଠାକୁ ଯାଉଛନ୍ତି। କିପରି ସେଠାରେ ଘର କାମ କରାଯାଇଛି। ଏହାକୁ ରୋକିବା ପାଇଁ ଗୋପ ତହସିଲଦାର ଓ କୋଣାର୍କ ଆରାଇ ଦୃଷ୍ଟି ଆକର୍ଷଣ କରିବାକୁ ସୁକାନ୍ତ ସାହୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *