ରାଜ୍ୟସଭା ଭୋଟପାଇଁ ବିଧାୟକ ଙ୍କ କ୍ରସଭୋଟି ଅଭିଯୋଗ।ରଘୁନାଥପୁରବ୍ଲକ ବିଜେଡି ରେ ଅସନ୍ତୋଷ ର ନିଆଁ।
ରଘୁନାଥପୁର —— ଗତ ସୋମବାର ଓଡିଶାର ୪ ରାଜ୍ୟସଭା ପ୍ରାର୍ଥୀ ଙ୍କ ର ଥିଲାଭୋଟଗ୍ରହଣ।ବିଜେଡିଦଳର ସମସ୍ତ ବିଧାୟକ ମାନେ ବିଜେଡି ରାଜ୍ୟସଭା ପ୍ରାର୍ଥୀ ମାନଙ୍କୁ ଭୋଟଦେଇ ଜିତାଇବା ପାଇଁ ଦଳରସୁପ୍ରିମ ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଇପଜାରି କରିଥିଲେ।ତେବେ ଏହି ଭୋଟରେ ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ କ୍ରସଭୋଟି କରିଛନ୍ତି ବୋଲି ରଘୁନାଥପୁରବ୍ଲକ ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ରମାକାନ୍ତ ଭୋଇ ବିଜେପି ଦଳରେଥିଲେ।ଆମପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ତାଙ୍କୁବିଶ୍ବାସକରି ବିଜେଡି ଦଳର ବିଧାୟକ ପ୍ରାର୍ଥୀ କରି ତିର୍ତୋଲ ରୁ ନିର୍ବାଚିତ କରିଥିଲେ।

କିନ୍ତୁ ବିଧାୟକ ରାଜ୍ୟସଭା ଭୋଟରେ କ୍ରସଭୋଟିଙ୍ଗ କରି ନବୀନ ବାବୁଙ୍କ ସହ ବିଶ୍ବାଘାତକତା କରିଛନ୍ତି ବୋଲି ରେଢୁଆ ସରପଞ୍ଚ କିଶୋର ଚନ୍ଦ୍ର ବେହେରା,ସମିତି ସଭ୍ୟ ବିଶ୍ବଜିତ ଦାଶ,ତଅଁରା ସରପଞ୍ଚ ବଟକୣଷ୍ଣ ନାୟକ,ସମିତି ସଭ୍ୟା ଶାନ୍ତିଲତା ଦ୍ଵିବେଦୀ,ବିଜେଡି ନେତା ରବିନ୍ଦ୍ର ବିଶ୍ବାଳ,ବିଜନ ମହାପାତ୍ର ଅଭିଯୋଗ କରି ସୋମବାର ସଂନ୍ଧ୍ୟାରେ ରେଢୁଆ ବଜାର ଠାରେ ବିଧାୟକ ଙ୍କ କୁଶପୁତ୍ତଳିକା ଦାହ କରିଥିବା ଜଣାଯାଇଛି।ଏହି ପ୍ରତିବାଦ ରେ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରିୟବ୍ରତ ମଲ୍ଲିକ, ଯୋସେଫ ସ୍ଵାଇଁ,ରାକେଶ କୁମାର ମିଶ୍ର, ଅଶେକ ବେହେରା,ଅଶୋକ ମଲ୍ଲିକ,ରାଜୀବ ଲୋଚନ ଦାସ, ବସନ୍ତ ବାରିକ,ସୁଭକାନ୍ତ ଜେନା, ସଂଞୟ ଓଝା,ସୁଧାଂଶୁ ଶେଖର ବିଶ୍ବାଳ,ପ୍ରଭୁଦତ୍ତ ମହାନ୍ତି,ସରେଜ ସାହୁ ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ।
