ସୋମପୁର ପଞ୍ଚାୟତ MBK ନାଁ ରେ ଟଙ୍କା ହଡପ କରିବା ନେଇ ଅଭିଯୋଗ

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ସୋମପୁର ପଂଚୟତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ MBK ପ୍ରଭାତୀ ଓଝା ଙ୍କ ନା ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବ୍ଲଙ୍କ ଚେକ ରେ ଦସ୍ତଖତ କରି ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଇ ଥିବା ଅଭିଯୋଗ କରିଛନ୍ତି ସୋମପୁର ପଂଚାୟତ ର ମହିଳା ମାନେ । ଏ ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣି ରେ ମଧ୍ୟ ମହିଳା ମାନେ MBK ଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପରେ ଏହାର ସଠିକ ତଦନ୍ତ କରାଯିବା ସହିତ MBK ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶତାଧିକ ମହିଳା । ଅପରପକ୍ଷରେ ସ୍ଥାନୀୟ ସରପଞ୍ଚ ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାକୁ ଉଦ୍ୟମ କରିଥିବା ବେଳେ କୌଣସି ସମାଧାନ ହୋଇ ନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *