ଶେରଗଡ଼ ବ୍ଳକରେ ବିକାଶ କାର୍ଯ୍ୟରେ ସରକାରଙ୍କ ଉଦାସୀନତା ଓ ଆଇନ ଶୃଙ୍ଖଳାରେ ପକ୍ଷପାତିତା ଅଭିଯୋଗ ।

ହିଞ୍ଜିଳିକାଟୁ ୧୮/୧୨/୨୫ (ରଂଜିତ କୁମାର ପୋଲାଇ )ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ଜନସାଧାରଣ ଓ ବିଜେଡି ଦଳର ବରିଷ୍ଠ ନେତା ଏବଂ କର୍ମୀମାନେ ଚଳିତ ମାସ ୧୮ ତାରିଖରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ବିକାଶ କାର୍ଯ୍ଯରେ ସରକାରୀଙ୍କ ଉଦାସୀନତା ଓ ଆଇନଶୃଙ୍ଖଳାରେ ପକ୍ଷପାତିତା ନୀତିରେ ସରକାରୀ ଅଧିକାରୀ ମାନେ ଦଳୀୟ ମନୋଭାବ ଯୋଗୁଁ ବିଜେଡି କର୍ମୀମାନଙ୍କୁ ହଇରାଣ କରାଯାଉଥିବା ନେଇ ଦଳୀୟ ହାଇକମାଣ୍ଡ ନବୀନବାବୁଙ୍କୁ ଅଭିଯୋଗ କରିଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ ଦଳୀୟ ଭିତ୍ତିରେ ଏବଂ ବିଜେଡି କର୍ମୀମାନଙ୍କୁ ହଇରାଣ କରୁଥିବା ନେଇ ଶେରଗଡ଼ ବିଜେଡି ପକ୍ଷରୁ ଅଭିଯୋଗ କରିଥିଲେ । ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେଉନଥିବା ବେଳେ କିଛି ବିଦ୍ଯାଳୟରେ ବିଦ୍ୟୁତ ସଂଯୋଗ ହୋଇନଥିବା , ଧାନ ସଂଗ୍ରହରେ ଅବ୍ୟବସ୍ଥା ଯୋଗୁ ଚାଷୀ କିପରି ହଇରାଣ ହେଉଛନ୍ତି ସେ ବିଷୟରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶେରଗଡ଼ ବିଜେଡି କର୍ମୀ ଓ ବରିଷ୍ଠ ନେତା ।

ସେହିଭଳି ଡାକ୍ତରଖାନାରେ ଥିବା ବିଭିନ୍ନ ବିଭାଗର ଖାଲିଥିବା ପଦବୀ ପୂରଣ କରାନଯାଇ ଡାକ୍ତରଙ୍କ ସମେତ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ଶେରଗଡ଼ ବାହାରକୁ ମନଇଛା ବଦଳି କରାଯାଉଥିବାରେ ସ୍ବାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ ରହିଛି । ସେହିଭଳି ଖାଦ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ଭତ୍ତା ପାଇବାରେ ହିତାଧିକାରୀମାନେ ସମ୍ମୁଖୀନ ହେଉଥିବା ଜଣାପଡିଛି ।ଏଭଳି ସମସ୍ୟା ଉପରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପ୍ରଶାସନିକ ସ୍ତରରେ ଉଦାସୀନତା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଉକ୍ତ ବିଷୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଥିବା ନେଇ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧିଙ୍କ ଦେବାନନ୍ଦ ମହାପାତ୍ରଙ୍କ ସୁଚନା ରହିଛି ।

Leave a Reply

Your email address will not be published. Required fields are marked *