ମନ୍ଦିର ପାକଶାଳା ନିର୍ମାଣ କାର୍ଯ୍ଯରେ ଅନିୟମିତତା ଅଭିଯୋଗ,ତଦନ୍ତ ଦାବି

ଖଣ୍ଡପଡ଼ା ୨|୨ ଖଣ୍ଡପଡ଼ା ବ୍ଲକ ଅଧିନ ଗଡିଆସାହି ଗ୍ରାମସ୍ଥିତ ମା ଦୁର୍ଗା ଦେବୀଙ୍କ ମନ୍ଦିର ପାକଶାଳା ନିର୍ମାଣ କାର୍ଯ୍ଯ ଅଧାରେ ଅଟକିଥିବା ଜଣାପଡିଛି।ଖଣ୍ଡପଡ଼ା ବ୍ଲକ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ନିର୍ମାଣଧୀନ ଏହି ପାକଶାଳା କାର୍ଯ୍ଯରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ଖଣ୍ଡପଡ଼ା ବିଧାୟକଙ୍କ ହାତପାଣ୍ଠି ଅନୁଦାନ ଅର୍ଥ ୨ ଲକ୍ଷ ଟଙ୍କା ବ୍ୟୟରେ ଏହି ପାକଶାଳା ନିର୍ମାଣ କରାଯାଉଥିବା ବେଳେ ଗୃହର ଛାତ ନ ପକାଯାଇ ତା ବଦଳରେ ଟିଣ ଛପର କରାଯାଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି। ଯୁଦ୍ଧକାଳୀନ ଭିତ୍ତିରେ ପାକଶାଳା ଗୃହ ନିର୍ମାଣ କାର୍ଯ୍ଯ ଶେଷ ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବା ସହ ପାକଶାଳା ନିର୍ମାଣ କାର୍ଯ୍ଯରେ ହୋଇଥିବା ଅନିୟମିତତାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *