ନୟାହାଟ ଅଞ୍ଚଳରେ ନିଶା କାରବାର ସହିତ ଅର୍ଥ ଠକେଇ ଅଭିଯୋଗ l
ଗୋପ :- ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନୟାହାଟ ଫାଣ୍ଡି ଅଞ୍ଚଳ ବିଗତ କିଛ ଦିନ ହେଵ କଳାବଜାରୀ, ସେକ୍ସ ରକେଟ, ନିଶାକାରବାର ବୃଦ୍ଧିସାଙ୍ଗକୁ ଅର୍ଥ ବିନିଯୋଗକାରୀ ସଂସ୍ଥା ଦ୍ଵାରା କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ l ଗତ କିଛି ଦିନ ପୂର୍ବରୁ ସେହିଁ ଫାଣ୍ଡି ଅଞ୍ଚଳରେ ବ୍ୟାପକ ପରିମାଣରେ ନିଶାକାରବାର ବୃଦ୍ଧି ପାଉଥୁବାରୁ ଅନେକ ଅସାମାଜିକ କାର୍ଯ୍ୟକଳାପ ସାଙ୍ଗକୁ ରାହାଜାନି ବୃଦ୍ଧି ପାଉଥିବା ଖବର ପ୍ରକାଶିତ ହେଉଛି l ଏ ସମ୍ପର୍କ ସ୍ଥାନୀୟ ବ୍ୟକ୍ତି ଙ୍କ ଦ୍ଵାରା ଅନେକ ଥର ଅଭିଯୋଗ ହେଉଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ନିରବ କାହିଁକି ? ଏମିତି ବି ଅଭିଯୋଗ ଶୁଣିବାକୁ ମିଳୁଛି ଯାହାର ଆର୍ଥିକ ଅବସ୍ଥା ଭଲ ତା ସପକ୍ଷରେ ଯୁକ୍ତି ରଖୁଛନ୍ତି ଫାଣ୍ଡି ଅଧିକାରୀ l ଗତ କିଛି ମାସ ତଳେ ଏକ ପୁଞ୍ଜି ବିନିଯୋଗକାରୀ ସଂସ୍ଥା ଠାରୁ ଅଧିକ ସୁଧ ପାଇବା ଲୋଭରେ କିଛି ମହିଳା ଗୋଷ୍ଠୀ ର ସଦସ୍ୟାମାନେ ସେଠାରେ ଅର୍ଥ ଜମାକରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ସଂସ୍ଥା କେଉଁଆଡେ ଉଭାନ ହୋଇଯାଥିଲା l ଯାହାଫଳରେ କୀ କଛି ମହିଳା ଫାଣ୍ଡି ଅଧିକାରୀ ଙ୍କ ଦ୍ଵାରା ଏଜେଣ୍ଟ ଙ୍କ ଠାରୁ ବଳପୂର୍ବରୁ ଅର୍ଥ ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି l ଏଵେ କିନ୍ତୁ ପଲ୍ଲୀ ଛକଠାରେ ଥିବା ଏକ କୋଅପରେଟିଭ୍ ସୋସାଇଟି ଜମାକାରୀଙ୍କ ଟଙ୍କା ଫେରାଉ ନଥୁବା ଅଭିଯୋଗ ହୋଇଛି। ଏନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେତେକ ଜମାକାରୀ ଉକ୍ତ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଟଙ୍କା ମାଗିଥିଲେ I ତେବେ ସେ ଟଙ୍କା ନଦେବାରୁ ତାଙ୍କ ଗାଡ଼ି ଛଡ଼ାଇ ପୁଲିସ ଜିମା ଦେଇଥିଲେ | ତେବେ ଗୁରୁବାର ରାତିରେ ଫାଣ୍ଡିରେ ପ୍ରାୟ ୩୦ରୁ ଉର୍ଦ୍ଧ ମହିଳା ଜମାକାରୀ ଓ ଉକ୍ତ ସଂସ୍ଥାର ପରିଚାଳକ, କର୍ମଚାରୀ ନୟାହାଟ ଫାଣ୍ଡିରେ ପହଞ୍ଚି ଥିଲେ | ଫାଣ୍ଡି ଅଧିକାରୀ ଅଶୋକ ବେହେରା ସଂସ୍ଥାର ସମସ୍ତ କାଗଜପତ୍ର ତନଖ୍ କରିବାରେ ଏହା ଏକ ବେସରକାରୀ ସଂସ୍ଥା ବୋଲି ଜାଣିବାକୁ ପାଇଥିଲେ I ଏହି ସଂସ୍ଥା ନିମାପଡ଼ା ଗ୍ରାମର ସସ୍ମିତା ସେନ୍ ୧ ଲକ୍ଷ ୮ ହଜାର, ୧ ଲକ୍ଷ ୪୦ ହଜାର ଓ ୧୩ ହଜାର ଟଙ୍କା ତିନୋଟି ବହିରେ ଜମା କରିଥିବା ବେଳେ ଦେଶୁଣ୍ଠିର ଝୁନି ଲତା ସ୍ବାଇଁ ୧ ଲକ୍ଷ ୩୮ ହଜାର ଓ ଭୀମାପଡ଼ା ଗ୍ରାମର ବଳରାମ ସାହୁ ୯୩ ହଜାର ଟଙ୍କା ଜମା କରିଥିଲେ | ତେବେ ଉକ୍ତ ସଂସ୍ଥା ୬ ମାସ ହେଲା ସେମାନଙ୍କୁ ଟଙ୍କା ଫେରାଉ ନାହିଁ | ଫଳରେ ଜମାକାରୀମାନେ ନୟାହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି I ଏଵେ ସାଧାରଣ ରେ ପ୍ରଶ୍ନ ଉଠୁଛି ପୂର୍ବରୁ ଜଣେ ଗରିବ ଦିନ ମଜୁରୀୟା ଠାରୁ ଫାଣ୍ଡି ଅଧିକାରୀ ବଳପୂର୍ବକ ଅର୍ଥ ଆଦାୟ କରି କିଛି ମହିଳାଙ୍କୁ ହସ୍ତାନ୍ତର କରିଥିବା ବେଳେ ଏଵେ କୋଟି କୋଟି ଟଙ୍କା ନେଇ ଚମ୍ପଟ ମାରିଥିବା ସଂସ୍ଥା ଠାରୁ କାହିଁକି ଟଙ୍କା ଆଦାୟ ନ କରି ଗୋପ ଥାନା କୁ ପଠାଉଛନ୍ତି l ଫାଣ୍ଡି ଅଧିକାରୀ ଙ୍କ ପ୍ରିୟା ପ୍ରୀତି ପୋଷଣ ମନୋଭାବ ଯୋଗୁଁ ନୟାହାଟ ଅଞ୍ଚଳ ରେ ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଉଥିବା ର ଶୁଣିବାଳୁ ମିଳୁଛି l
