ନିମ୍ନମାନର ରାସ୍ତା ଓ ବ୍ରିଜ ନିର୍ମାଣ କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ


( ) କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଗୁଗୁରମାହା ଗ୍ରାମ ପଞ୍ଚାୟତ ର ଭୁତାଡି ଠାରୁ ଯୁବାଗୁଡା କୁ ସଂଯୋଗ କରୁଥିବା ରାସ୍ତା ଟି ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି | ଏହି ବ୍ରୀଜ଼ ଏବଂ ରାସ୍ତା ଟି ଦୀର୍ଘ ଆଠ କିଲୋମିଟର ଧରି ନିର୍ମାଣ ହେଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ ଟି ଅତି ନିମ୍ନମାନ ଓ ଦୟନୀୟ ହୋଇ ଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳ ବାସୀ l ବିନା ମେଟାଲ ରେ ପିଚୁ ପକେଇ ଥିବାରୁ ଅଳ୍ପ ଦିନରେ ରାସ୍ତା ଖରାପ ହେବା ସହ ବ୍ରିଜ ର ଦୁଇ ପାର୍ଶରେ ଦବି ଯିବା ଭଳି ଅଭିଯୋଗ ହୋଇଛି l ଏହି ରାସ୍ତାଦେଇ ଭୁତାଡି, ଗରଡ଼ମାହା, ମ୍ଳାହୁଗୁଡା, ପଣ୍ଡାମାହା,ସପେଲି, ବାନ୍ଧା, ଧରାକୁଟ ଗ୍ରାମବାସୀ ଜରୁରୀ କାଳିନ ସେବା ସମେତ ଶିକ୍ଷା ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଯିବାକୁ ପଡି ଥାଏ | ରାସ୍ତା ରେ ଯିବା ଆସିବା ପାଇଁ ଲୋକ ମାନେ ବର୍ତମାନ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ | ଏହି ରାସ୍ତା ଟି 2017 ରୁ ଆରମ୍ଭ ହୋଇ 2019 ରେ କାର୍ଯ୍ୟ ସମାପ୍ତ ହୋଇଛି | କିନ୍ତୁ ଏହି ରାସ୍ତାଟିର ରକ୍ଷଣବେକ୍ଷଣ ପାଇଁ ଅନେକ ଥର ପ୍ରଶାସନ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହାରୀ ଦୃଷ୍ଟି ପଡି ନାହିଁ। ଆସନ୍ତୁ ଅଞ୍ଚଳ ବାସୀ କଣ କହୁଛନ୍ତି ଶୁଣିବା

ବାଲିଗୁଡା ରୁ ରିପୋର୍ଟ…..ଭବାନି ଶଙ୍କର ଜେନା reporter

Leave a Reply

Your email address will not be published. Required fields are marked *