ରଘୁନାଥପୁର ବ୍ଲକ ତଂରା ପଂଚାୟତ ରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ

କ୍ଷତିପୂରଣ ଦାବି ରେ ରଘୁନାଥପୁର ତହସିଲ କାର୍ଯ୍ୟାଳୟ ଘେରାଉଆଙ୍କର- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତଂଅରା ପଂଚାୟତ ର ତଂଅରା ଗ୍ରାମର ଯୁବ ଚାଷୀ ଅଶୋକ ପରିଡା ଗତ କାଲି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି । ତେବେ ଆଶୋକ ଜଣେ ଯୁବ ଚାଷୀ ହୋଇ ଥିବାବେଳେ ଚଳିତ ବର୍ଷ ନିଜର ଚାରି ଏକର ଓ ଭାଗଚାଷ ଦୁଇ ଏକର ଚାଷ କରି ପ୍ରାୟ 4 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଋଣ କରିଥିଲେ । ଅଦିନିଆ ଲଘୁଚାପଜନିତ ବର୍ଷା ରେ ଧାନ ଫସଲ ହାନି ଯୋଗୁଁ ମାନସିକ ଭାରସାମ୍ୟ ହରାଇ ମୃତ୍ୟୁ ବରଣ କରିଛନ୍ତି ଅଶୋକ । କ୍ଷତିପୂରଣ ଦାବିରେ ଆଜି ପରିବାର ଲୋକେ ଓ ଗ୍ରାମବାସୀ ମାନେ ରଘୁନାଥପୁର ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ଆନ୍ଦୋଳନ ରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ଯୁବ ବିଧାୟକ ଡ଼ ରମାକାନ୍ତ ଭୋଇ ତାଙ୍କ ସହିତ ସାମିଲ ହେବା ସହିତ ରାଜ୍ୟ ସରକାରଙ୍କ ନିକଟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପାରିବାର କି କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଏହା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ତେବେ ଗତ କାଲି ଚାଷୀ ଆଶୋକ ପରିଡା ଙ୍କର ଶବ ବ୍ୟବଚ୍ଛେଦ କରାଯାଇ ଥିବା ବେଳେ ରିପୋର୍ଟ ନ ଆସିବ ପୂର୍ବରୁ ଜିଲ୍ଲା କୃଷି ଅଧିକାରୀ ହୃଦ୍ଘାତ ରେ ତାଙ୍କର ମୃତ୍ୟୁ ହୋଇଛି ବୋଲି କହିବା କୁ ସମସ୍ତ ଙ୍କୁ ଆଚାର୍ଯ୍ୟ କରିଛି । ଯାହାକୁ ନେଇ ବିଧାୟକ କ୍ଷବ ପ୍ରକାଶ କରିବା ସହିତ ମୃତ୍ୟୁବରଣ କରିଥିବା ଚାଷୀ ଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *