ଝାମୁଯାତ୍ରାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ସେବାକାର୍ଯ୍ୟ
ଝାମୁଯାତ୍ରାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ସେବାକାର୍ଯ୍ୟ
କାକଟପୁର: 07//04- ଆମ୍ ଆଦମୀ ପାର୍ଟି କାକଟପୁର ତରଫରୁ ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପବିତ୍ର ଝାମୁଯାତ୍ରା ଅବସରରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ହଜାର ହଜାର ଭକ୍ତମାନେ ଯାତ୍ରାରେ ଯୋଗଦେଇଥିବା ବେଳେ, ତାଙ୍କ ସେବାର ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଥଣ୍ଡା ପାଣି, ଶରବତ ପାନୀୟ ବଣ୍ଟନ କରାଯାଇଥିଲା। ଏହି ସେବା କାର୍ଯ୍ୟରେ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇଥିଲେ ଏବଂ ଭକ୍ତମାନଙ୍କୁ ସେବା ଯୋଗାଇବାରେ ସହଯୋଗ କରିଥିଲେ। ଜିଲ୍ଲା ଉପସଭାପତି ରବୀନ୍ଦ୍ର ନାଥ ସାହୁ, କାକଟପୁର ନିର୍ବାଚନ ମଣ୍ଡଳି ପ୍ରଭାରୀ ଯଥା ପୁରୀ ନଗର ସଭାପତି ରମାକାନ୍ତ ସ୍ବାଇଁ, କାକଟପୁର ସଭାନେତ୍ରୀ ସୋନାଲୀ ରାଉତ, ଗୋପ ବ୍ଲକ ସଭାପତି ଦୁଷ୍ମନ୍ତ ଦଳାଇ, ନିମାପଡା ସଭାପତି ଉମାକାନ୍ତ ସାହୁ, ସୋଶିଆଲ ମିଡିଆ ଇନ୍ଚାର୍ଜ୍ ଲିଙ୍ଗରାଜ ପାତ୍ର, ଶେଖ୍ ତୋଇବା, ବିଜୟ ମୁଦୁଲି, ବିଦ୍ୟାଧର ବାରିକ, ଶେଖ୍ ମୁମତାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆମ୍ ଆଦମୀ ପାର୍ଟି ସଦା ସମୟରେ ଲୋକସେବାକୁ ପ୍ରାଥମିକତା ଦେଇଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ସମାଜସେବା ମୂଳକ କାର୍ଯ୍ୟ ଜାରି ରହିବ ବୋଲି କାକଟପୁର ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି କହିଛନ୍ତି।
