ଜାଗ୍ରତ କନ୍ଧମାଳ ଓଡ଼ିଶା ର ଆମ ପୂଜକ ଆଲୋଚନା ଚକ୍ର
ଜାଗ୍ରତ କନ୍ଧମାଳ ଓଡ଼ିଶା ର ଆମ ପୂଜକ ଆଲୋଚନା ଚକ୍ର ।
କନ୍ଧମାଳ , ଫୁଲବାଣୀ ତା ୧୩,୯,୨୦୨୫ ରିଖ ଫୁଲବାଣୀ ସ୍ଥାନୀୟ କୋର୍ଟ ଛକ ଠାରେ ଥିବା ସାମ୍ବାଦିକ ଭବନ ଠାରେ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡ଼ିଶା ର ସଭାପତି ଅରୁଣ ନାୟକ ଙ୍କ ସଭାପତିତ୍ବ ରେ ଆମ ପୂଜକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା, ମୂଖ୍ୟ ଅତିଥି ରୂପେ ଅବସପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ତଥା ଜାଗ୍ରତ କନ୍ଧମାଳ ର ଉପଦେଷ୍ଟା ସର୍ବେଶ୍ଵର ମିଶ୍ର, ସମ୍ମାନିତ ଅତିଥି ରୂପେ ଅନ୍ୟତମ ଉପଦେଷ୍ଟା ଜଳନ୍ଧର ବେହେରା, ଯୋଗ ଦେଇ ଥିଲେ , ଆମ ପୂଜକ ଆଲୋଚନା ବୈଠକ ରେ ଫୁଲବାଣୀ ଅଞ୍ଚଳ ର ପ୍ରାୟ ୪୦ ରୁ ଉର୍ଦ୍ଧ ବିଭିନ୍ନ ମନ୍ଦିର ପୂଜକ ଉପସ୍ଥିତି ରହିଥିଲେ, ଉକ୍ତ ବୈଠକ ରେ ପୂଜକ ମାନଙ୍କ ପାଇଁ ଏକ ଯୋଜନା ଆଶୀର୍ବାଦ ଯୋଜନା ନାମରେ କରାଯାଉ, ସେମାନଙ୍କ ପାଇଁ ମାସିକ ୫୦୦୦/ଟଙ୍କା ପ୍ରଦାନ,ପୁଅ ଝିଅ ଙ୍କ ପାଠ ପଢିବା ଫିଜ୍ଜ୍ ଛାଡ କରାଯାଉ, ଝିଅ ବିବାହ ପାଇଁ ଏକ ଲକ୍ଷ୍ୟ ଟଙ୍କା ଦିଆଯାଉ, ଭୂମି ହିନ ପୂଜକ ଙ୍କୁ ୪ସେଣ୍ଟ ଜମି ପଟ୍ଟା ସହିତ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବା ନିମନ୍ତେ ଜିଲ୍ଲାପାଳ ଙ୍କ ଜରିଆରେ ଦାବି ମୂଖ୍ୟ ମନ୍ତ୍ରୀ ଓଡ଼ିଶା ଙ୍କୁ ଦିଆଯିବାକୁ ନିଷ୍ପତି କରାଗଲା, ସଂଗଠନ ର ସଧାରଣ ସମ୍ପାଦକ ଆଇନଜୀବୀ ସତ୍ୟନାରାୟଣ ବେହେରା ସମସ୍ତ ଦାବି ଗୁଡ଼ିକୁ ବୁଝେଇ ଆସନ୍ତା ଦିନରେ ଜିଲ୍ଲାର ସମସ୍ତ ମନ୍ଦିର ପୂଜକ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯିବାକୁ ପ୍ରତିଶ୍ରୁତି ଦେଇ ଥିଲେ । ସହ ସମ୍ପାଦକ ସୋମନାଥ ନାୟକ ବୈଠକ ପରିଚାଳନା କରିଥିଲେ । ପ୍ରତିଷ୍ଠାତା ସଦସ୍ୟ ରମେଶ ପ୍ରଧାନ, ହୃଷିକେଶ ବେହେରା, ରମେଶ ସାହାଣୀ, ସୁବାସ ପ୍ରଧାନ, ମୃତ୍ୟୁଞ୍ଜୟ ଭୋଇ, ଉପସ୍ଥିତ ରହି ସହଯୋଗ କରିଥିଲ । ପ୍ରତିଷ୍ଠାତା ସଦସ୍ୟ ମିଥୁନ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
