ଅଲ୍ ଓଡିଶା 108 ଆମ୍ବୁଲାନ୍ସ ସଙ୍ଘ ତରଫରୁ ଏକ ରାଜ୍ୟସ୍ତରୀୟ ବୈଠକ ଆୟୋଜିତ

ପୁରୀର ଶ୍ରୀଗୁଣ୍ଡିଚା ଭକ୍ତନିବାସ ଠାରେ ଅଲ ଓଡିଶା 108 ଆମ୍ବୁଲାନ୍ସ ସଙ୍ଘ ତରଫରୁ ଏକ ରାଜ୍ୟସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି। ଦିନ ରାତି ଏକ କରି ଅହରହ ରୋଗୀସେବା ଯୋଗାଉଥିବା 108 ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ସରକାର ଅଣଦେଖା କରୁଛନ୍ତି ବୋଲି ସଂଘର କର୍ମକର୍ତ୍ତାମାନେ ଅଭଯୋଗ କରିଛନ୍ତି । 2013 ମସିହାରୁ ଆମ୍ବୁଲାନ୍ସ ସଂସ୍ଥା ସରକାର ଏକ ଠିକା କମ୍ପାନୀ ZIQITZA HEALTH CARE LTD (ଜିକିତ୍ସା ହେଲଥ କେୟାର ଲିମିଟେଡ଼) ହାତରେ ଟେକିଦେଇଛି। ଯାହାଫଳରେ ପିଲାମାନଙ୍କ ଉପରେ ଅତ୍ୟାଚାର, ଶୋଷଣ ବଢ଼ିବାରେ ଲାଗିଛି ।
କର୍ମଚାରୀ ମାନଙ୍କ ସରକାର ଙ୍କ ପାଖରେ 1ମାସ ତଳେ ଦିଆଯାଇଥିବା ମୁଖ୍ୟ ଦାବି ହେଉଛି
1- ସ୍ଥାୟୀ ନିଯୁକ୍ତି କରନ୍ତୁ କିମ୍ବା ସ୍ୱନ୍ତନ୍ତ୍ର PACKAGE ଅନୁଯାୟୀ Advance life support EMT ଙ୍କୁ 35ହଜାର, EMT ଙ୍କୁ 30ହଜାର , ଡ୍ରାଇଭର ଙ୍କୁ 25ହଜାର, ଓ Attendant ଙ୍କୁ 20ହଜାର ଟଙ୍କା ଦରମା ଦିଆଯାଉ ।

2- ବାର୍ଷିକ ଦରମା ବୃଦ୍ଧି ।

3- ସ୍ୱତନ୍ତ୍ର ବୀମା ଯୋଜନାରେ ଯଦି 108 କର୍ମଚାରୀ କିଏ ଦେହାନ୍ତ କରୁଛନ୍ତି ତାଙ୍କ ପରିବାର କୁ 20ଲକ୍ଷ, ଯିଏ ଶାରୀରିକ ଅକ୍ଷମ ତାଙ୍କୁ 10ଲକ୍ଷ ଓ ଆଂଶିକ କ୍ଷୟକ୍ଷତି ପାଇଁ 5ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରାଯାଉ ।

4- ଯୋଉ ଜାଗାରେବ108 ରହିଛି ଶୌଚାଳୟ ଓ ବିଶ୍ରାମ ଗୃହ ନାହିଁ ତାକୁ ସମ୍ପୂର୍ଣ କରନ୍ତୁ ।

5- Duty ସମୟରେ Public ଙ୍କ ଆକ୍ରୋସ ର ଶିକାର ହେଲେ ଭୁଲଘଟେଇଥିବା ବ୍ୟକ୍ତି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଏ ଦାବିଗୁଡିକୁ ପ୍ରତ୍ୟେକ ଜିଲ୍ଲା ରେ ଜିଲ୍ଲା ପାଳ ଓ CDMO ଓ ମୁଖ୍ୟମନ୍ତ୍ରୀ ପାଖକୁ ଜଣେଇବାପରେ ମଧ୍ୟ ଏ ପର୍ଯ୍ୟନ୍ତ ଉତର ମିଳିନାହିଁ ।ତେଣୁ ଆଗକୁ ସରକାର ଙ୍କ ପାଖକୁ ସମସ୍ତ ଜିଲ୍ଲାରୁ ସବୁ 108 କର୍ମଚାରୀ ମାନେ ଭୁବନେଶ୍ୱର ରେ ଶାନ୍ତିପୂର୍ଣ ଆନ୍ଦୋଳନ କରିବାକୁ ଆଲୋଚନା କରାଯାଇଛି ।
ଆଜି ସଙ୍ଘର ବିଭିନ୍ନ କର୍ମକର୍ତା ବଛାଯାଇଅଛି । ଏଥିରେ ସଭାପତି ସୁବୋଧନାଥ ଶର୍ମା, ଉପ ସଭାପତି- କ୍ରିଷ୍ଣା ଚନ୍ଦ୍ର ନାୟକ, ସମ୍ପାଦକ- ଶ୍ରୀରାମ ଚନ୍ଦ୍ର ଆଚାର୍ଯ୍ୟ, ସହସମ୍ପାଦକ- ତାପସ ରଞ୍ଜନ ଦାଶ, କୋଷାଧକ୍ଷ – ପ୍ରଦୀପ କୁମାର ଦାସ ସର୍ବସମ୍ମତି ଭାବେ ବଛା ଯାଇଛନ୍ତି।

ରିପୋର୍ଟ : ସୁଧାଂଶୁ ଶେଖର କର ।

Leave a Reply

Your email address will not be published. Required fields are marked *