ଦୀର୍ଘ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ l
ଦୀର୍ଘ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ l ଷୋଳପଦା ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ l ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ୨ ଟି ଅଚଳ ଅବସ୍ଥାରେ ପଡ଼ି ରହିଥିବାରୁ ୧୦ ଗୋଟେ ପଞ୍ଚାୟତ ର ୪୦ ହାଜର ରୁ ଉର୍ଦ୍ଧ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ସୂଚନା ନେବାର ଜଣାଯାଏ କି ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଓଡିଓ ୨ ସିପି ୦୪୧୧ ନମ୍ବର ଆମ୍ବୁଲାନ୍ସ ଟି ବିନା ଷ୍ଟେପିନ ରେ ଚାଲୁଥିବା ବେଳେ ବର୍ତମାନ ଉକ୍ତ ଗାଡ଼ିର ୪ ଟି ଚକ ରୁ ଗୋଟିଏ ଚକ ପମ୍ପ ଚୋର ଥିବାବେଳେ ଆଉ ୩ ଟି ଚକ ସମ୍ପୁର୍ଣ୍ଣଭାବେ ଅଚଳ ଥିବାରୁ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି ବୋଲି ଗାଡି ଚାଳକ ମତ ପ୍ରକାଶ କରିଛନ୍ତି l

ଆମ୍ବୁଲାନ୍ସ ର ସମସ୍ତ ଅସୁବିଧା ସ୍ବାସ୍ଥ୍ୟ ବିଭାଗର ସି ଏଲ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଡ଼ିର କୌଣସି ସୁବିଧା କରି ନଥିବା ଦେଖିବାକୁ ମିଳିଛି l ସେହିପରି ମେଡ଼ିକାଲ ଭିତରେ ଥିବା ଆମ୍ବୁଲାନ୍ସ ଗାଡି ନଂ ଓଡିଓ ୨ ବିଭି ୩୮୪୨ ଟି ଦୀର୍ଘ ଦିନରୁ ଚଳୁଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଉକ୍ତ ଆମ୍ବୁଲାନ୍ସ ଗାଡି ର ସରଭିଶିଂ ହୋଇ ପାରି ନାହିଁ ଯା ଫଳରେ ଗାଡ଼ିରେ ରୋଗୀ ସେବା ଦେବାରେ ବହୁତ୍ ଅସୁବିଧା ଦେଖା ଦେଇଛି l ଉକ୍ତ ଗାଡିକୁ ସରଭିସିଂ କରିବାକୁ ଡ୍ରାଇଭର ଉଚ୍ଚ ପଦାଧିକାରୀ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଗାଡି ଚାଳକ କହିଛି l ଉଚ୍ଚ କର୍ତୁ ପକ୍ଷ ଯଥା ଶୀଘ୍ର ଦୃଷ୍ଟି ଆକର୍ଷଣ କରି ଆମ୍ବୁଲାନ୍ସ ୨ ଟି କୁ ଠିକ୍ କରି ସ୍ଵାସ୍ଥ୍ୟ ସେବ ଯୋଗାଇବା ପାଇଁ ଅଞ୍ଚଳ ବାସୀ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି l
