ଆମେ ହିନ୍ଦୁସ୍ଥାନୀ

                ଆମେ ହିନ୍ଦୁସ୍ଥାନୀ

   🖊️କବିରତ୍ନ ନୂତନ କୁମାର ବେହେରା

ଆମେ ହିନ୍ଦୁସ୍ଥାନୀ ଆମେ ହିନ୍ଦୁସ୍ଥାନୀ
ଆର୍ଯ୍ୟ ସଂସ୍କୃତି ପରମ୍ପରାରେ ଆମେ ଅଗ୍ରଣୀ
ଆମ ବେଦ ଉପନିଷଦ ଗୀତା ଶାସ୍ତ୍ର ପୁରାଣ
ଦିଏ ତାର ସହସ୍ର ସହସ୍ର ପ୍ରମାଣ
ଜାତୀୟ ଏକତା ସଂହତିକୁ କରି ମୂଳମନ୍ତ୍ର
ସମୂହ କଲ୍ୟାଣ ଲାଗି ଚାଲେ ଆମ ଗଣତନ୍ତ୍ର
ଦର୍ଶନରେ ଅଛି ଆଧ୍ୟାତ୍ମିକ ଚିନ୍ତାଧାରା
ସାରା ବିଶ୍ଵରେ ଆମ ଆଦର୍ଶ ରହିଛି ନିଆରା
ଦାୟିତ୍ଵ କର୍ତ୍ତବ୍ୟରେ ଭାରି ସ୍ଵାଭିମାନୀ
ଆମେ ହିନ୍ଦୁସ୍ଥାନୀ ଆମେ ହିନ୍ଦୁସ୍ଥାନୀ
ଅନ୍ୟାୟ ଅନୀତିକୁ କରୁନା କେବେ ସମର୍ଥନ
ସରଳ ସୁନ୍ଦର ଭାବରେ ଗଢ଼ା ଆମ ଜୀବନ
ପରିବାରରେ ମାଆ ବାପା ଦେବାଦେବୀ
ପୁଣ୍ୟ ଅର୍ଜନ କରୁ ଆମେ ତାଙ୍କୁ ସେବି
ଶ୍ରୀଜଗନ୍ନାଥ ଆମର ଆରାଧ୍ୟ ବଡ଼ ଠାକୁର
ତାଙ୍କର କରୁଣା ଅଛି ସଭିଙ୍କ ଉପରେ ନିରନ୍ତର
ସରସ ପ୍ରାଞ୍ଜଳ ଆମ ଭାଷା ସାହିତ୍ୟ ହିନ୍ଦୀ
ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟକୁ ପ୍ରେମେ ରଖିଛି ଛନ୍ଦି
କୃଷି ଶିକ୍ଷା ସ୍ଵାସ୍ଥ୍ୟ ଦିଗରେ ଆମେ ପ୍ରଗତି ଆଣି
ବିଜ୍ଞାନ କଳା ବାଣିଜ୍ୟ ସ୍ଥାପତ୍ୟ ଶିଳ୍ପରେ ଗୁଣୀ
ଆମେ ହିନ୍ଦୁସ୍ଥାନୀ ଆମେ ହିନ୍ଦୁସ୍ଥାନୀ
ନୀଚ୍ଚ ସଂକୀର୍ଣ୍ଣ ମନୋଭାବ ନାହିଁ କିଛି ଆମର
ବସୁଧାକୁ ଏକ କୁଟୁମ୍ଵ ବୋଲି କରୁ ବିଚାର
ନିର୍ବିକାର ନିଷ୍ପାପ ପବିତ୍ର ଆମ ଅନୁଚିନ୍ତା
ଦେଶ ବିଦେଶରେ ବଜାଇ ରଖିଛୁ ମାନବିକତା
ଅତିଥିମାନଙ୍କୁ ସମ୍ମାନ ଦେଉ ଦେବ ରୂପେ
ତାଙ୍କୁ ଅଭ୍ୟର୍ଥନା କରୁ ଆମ ହୃଦୟରୁ ଅମାପେ
ଆଚରଣ ଉଚ୍ଚାରଣରେ ପାଳୁ ଅମୃତବାଣୀ
ମନ୍ତ୍ରମୁଗ୍ଧ ହୁଏ ଶ୍ରୋତାଙ୍କର ତାହାକୁ ଶୁଣି
ଭାତ୍ରୁ ପ୍ରେମର ବୀଜ ସାରା ବିଶ୍ଵେ ଦେଉ ବୁଣି
ଐତିହ୍ୟ ଗୌରବ କୀର୍ତ୍ତିରାଜି ଆମ ରତ୍ନଖଣି
ଶତ୍ରୁକୁ କରୁ ପରାହତ ମିତ୍ରକୁ କରୁ ପରଶମଣି
ଆମେ ହିନ୍ଦୁସ୍ଥାନୀ ଆମେ ହିନ୍ଦୁସ୍ଥାନୀ….।

          କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *