ଜଗତସିଂହପୁର ଠାରେ ଆମ୍ବେଦକର ସମ୍ମାନ ଅଭିଯାନ ସମାରୋହ
ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡାକ୍ତର ସୁକାନ୍ତ ମଜୁମଦାର, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ବିଧାୟକ ଅମରେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କ ସମାଜ ପ୍ରତି ଅବଦାନ ବାବଦରେ ଆଲୋକପାତ କରିଥିଲେ ।

ଏହା ସହିତ ସମ୍ବିଧାନର ସୁରକ୍ଷା ସହିତ ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶ ରେ ଆନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।
