ଅମ୍ଳାନ ସାରସ୍ୱତ ପରିଷଦର ମାସିକ ୧୦ମ ସାହିତ୍ୟ ଆସର
୨୯..୧୨..୨୦୨୪ରିଖ ରବିବାର ସମୟ ଅପରାହ୍ଣ ୦୫ଘଟିକା ସମୟରେ ସ୍ଥାନୀୟ ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପାଠାଗାରର ସଭାଗୃହ କକ୍ଷରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପଟ୍ଟନାୟକ ମହୋଦୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରକୁ ଉଦ୍ ଘାଟନ କରିଥିଲେ ବରିଷ୍ଠ କବି ଡାକ୍ତର ପ୍ରମିଲ୍ କୁମାର ନନ୍ଦ , ମୁଖ୍ୟ ଅତିଥି ଭାବରେ ପ୍ରିୟପତ୍ରର ସମ୍ପାଦକ ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ , ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍ ପଣ୍ଡିତ ସଦାଶିବ ମିଶ୍ର , ଓ ବିଶିଷ୍ଟ ଅତିଥି ଭାବରେ ଅନୁରାଗ ସାହିତ୍ୟ ସଙ୍ଗୋଷ୍ଠୀର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ମାତା ଭାରତୀଙ୍କଶ୍ରୀପଦ ପଙ୍କଜରେ ଉପସ୍ଥିତ ସାରସ୍ୱତ ସ୍ରଷ୍ଟାଗଣ ଭକ୍ତି ନୈବେଦ୍ୟ ଅର୍ପଣ କରିବା ଅବସରରେ କବୟିତ୍ରୀ ଶ୍ରୀମତୀ କମଳିନୀ ପାଣିଗ୍ରାହୀ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଜଣାଣ ଗାନ କରିଥିଲେ । ଏହି ପବିତ୍ର ଅବସରରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଦିବଂଗତ ଡ଼କ୍ଟର ମନମୋହନ ସିଂଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାଥନା କରାଯାଇଥିଲା ।

ଏହି ମହାର୍ଘ ଅବସରରେ ସଭାମୁଖ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପଟ୍ଟନାୟକ ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଅନୁଷ୍ଠାନର ଲକ୍ଷ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ଅଭିଭାଷଣ ଦେଇ କହିଥିଲେ ଯେ ଆମେ ଏକମନ ଓ ଏକପ୍ରାଣ ହୋଇ ପ୍ରତ୍ୟେକ ସାହିତ୍ୟ ଅନୁଷ୍ଠାନକୁ ବଞ୍ଚାଇ ରଖିବା । କାରଣ ଅନୁଷ୍ଠାନ ବଞ୍ଚିଲେ ଭାଷା ବଞ୍ଚିବ, ଭାଷା ବଞ୍ଚିଲେ ଓଡ଼ିଆ ଜାତିର ଗୌରବ ବା ଟେକ ରହିବ ଏବଂ ଆମ ସାହିତ୍ୟର ବିକାଶ ହେବା ସହିତ ସମାଜ ସୁନ୍ଦର ଓ ଋଚିପୂର୍ଣ୍ଣ ହୋଇ ଆମ ମାତୃଭାଷାର ଟେକ ରହିବ । ଏଣୁ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ଏହି ସାଧନାର ଯଜ୍ଞରେ ହାତ ମିଳାଇବା ପାଇଁ ଆହ୍ୱାନ ଦେଇଥିଲେ । ପରେ ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିପିନ ବିହାରୀ ଦଲାଇ ତାଙ୍କ ବକ୍ତବ୍ୟରେ କହିଥିଲେ ଅନୁଷ୍ଠାନ ଗଠନର ଲକ୍ଷ୍ୟ କେବଳ ନିଜ ନିଜର କବିତା ଗାୟନ ନୁହେଁ ବରଂ କବିତା ପାଠ ସହିତ ସାହିତ୍ୟ ଆଲୋଚନା ଏବଂ ବରିଷ୍ଠ ଗୁରୁ ତୁଲ୍ୟ କବିଙ୍କ ପାଖରେ ଆପଣା ସୃଷ୍ଟିର ସମୀକ୍ଷଣ ଏବଂ ନିଜ ରଚନାର ବିକାଶ କରି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ଋଦ୍ଧିମନ୍ତ କରିବା ଆମର ଉଦ୍ଦେଶ୍ୟ ବୋଲି ଜଣାଇଁ ଥିଲେ । ଏହି ପବିତ୍ର ଅବସରରେ ମୁଖ୍ୟବକ୍ତା ପଣ୍ଡିତ ସଦାଶିବ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଓଡ଼ିଆ ଭାଷା ହେଉଛି ପ୍ରତ୍ୟେକ ଓଡ଼ିଆ ମାନଙ୍କ ପ୍ରାଣ । ଏହି ଭାଷାକୁ ବଞ୍ଚାଇ ରଖିବା ଆମ ସଭିଙ୍କର କର୍ତ୍ତବ୍ୟ । ପରିଶେଷରେ ବିଶିଷ୍ଟ ଅତିଥି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ତାଙ୍କ ଭାଷଣରେ କହିଥିଲେ ଆମେ ଓଡ଼ିଆ ଭାଷାରେ କବିତା ପ୍ରବନ୍ଧ ଏପରିକି ଗଳ୍ପ ଯାହାବି ଲେଖିବା ସେ ସବୁ ସରଳ ଭାବରେ ଲେଖିବା ଆବଶ୍ୟକ । ଯେତେ ସରଳ ଭାବରେ ଆମେ ଲେଖିବା ବିଷୟଟି ସେତିକି ବୋଧଗମ୍ୟ ହେବ ବୋଲି ଜଣାଇଁ ଥିଲେ । ଏହି ମହାର୍ଘ ଅବସରରେ କଣ୍ଠଶିଳ୍ପୀ ସୁଶ୍ରୀ ମୀରା ମହାନ୍ତି ଓ ଶ୍ରୀମତୀ କାଞ୍ଚନ ବାଳା ଦଳାଇଙ୍କ ସଂଯୋଜନା କ୍ରମେ ବରିଷ୍ଠ ବରିଷ୍ଠ କବି କାଶୀନାଥ ଖୁଣ୍ଟିଆ , ସୁବାସ ଚନ୍ଦ୍ର ମିଶ୍ର , ମହେଶ୍ୱର ଜେନା , ଯୋଗେନ୍ଦ୍ର ନାଥ ସାହୁ , ଡାକ୍ତର.. ପ୍ରମିଲ୍ କୁମାର ନନ୍ଦ , ଯୋଗେଶ୍ୱର ନାୟକ ,ବିଶ୍ୱରଞ୍ଜନ ପାତ୍ର , ରବୀନ୍ଦ୍ର ନାଥ ପଟ୍ଟନାୟକ , ଶର୍ମିଷ୍ଠା ଜେନା , ରୋଜାଲିନ୍ ପଣ୍ଡା , କମଳିନୀ ପାଣିଗ୍ରାହୀ , ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ , ସନ୍ଧ୍ୟାରଣୀ ସେଠୀ, ପୂଜା ପ୍ରଧାନ , ସୁଶ୍ରୀ ପ୍ରଲିପ୍ତା ଛୋଟରାୟ , ଅଧ୍ୟାପକ ଅଶୋକ କୁମାର ମିଶ୍ର , ନିର୍ଲିପ୍ତା ଛୋଟରାୟ , ଓ ସତ୍ୟଭାମା ନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ ପାଠ କରିଥିଲେ । ଉକ୍ତ ସଭାକୁ ପରିଚାଳନା କରିଥିଲେ କବୟିତ୍ରୀ ଶ୍ରୀମତୀ ରୋଜାଲିନ୍ ପଣ୍ଡା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଅଶୋକ କୁମାର ମିଶ୍ର ଏବଂ ସଭା ସାଙ୍ଗ କରିଥିଲେ ସଭାମୁଖ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପଟ୍ଟନାୟକ ।
