ହବିଷ୍ୟାଳୀ ମା ମାନଙ୍କୁ ସ୍ବେଚ୍ଛାସେବୀଙ୍କ ସେବା ଅନନ୍ୟ

ହବିଷ୍ୟାଳୀ ମା ମାନଙ୍କୁ ସ୍ବେଚ୍ଛାସେବୀଙ୍କ ସେବା ଅନନ୍ୟ।

ସ୍ବେଛାସେବୀ ଙ୍କୁ ଜିଲ୍ଲାପାଳ ଙ୍କ ପ୍ରଶଂସା

ପୁରୀ ୯/୧୦ ହବିଷ୍ୟାଳୀ ମା ମାନଙ୍କର ବିବିଧ ସେବା କାର୍ଯ୍ୟ ରେ ସହଯୋଗ କରୁଛନ୍ତି ସ୍ବେଛାସେବୀ।ସେମାନଙ୍କ ସେବା ଅନନ୍ୟ ଓ ଅତୁଳନୀୟ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା।ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତରେ ବିଭିନ୍ନ ସ୍ବେଛାସେବୀ ସଂଗଠନର ସ୍ବେଛାସେବୀ କାର୍ଯ୍ୟ କରୁଛନ୍ତି।ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ହବିଷ୍ୟାଳୀ ମା ମାନଙ୍କ ପଞ୍ଜିକରଣ ସମୟରେ ଶୃଙ୍ଖଳା ରକ୍ଷା ସହ ସେମାନ ଙ୍କୁ ପ୍ରଦାନ କରାଯାଇଥିବା ରୁମ ମାନଙ୍କୁ ସେମାନ ଙ୍କୁ ନେବା, ସେମାନଙ୍କ ସାମଗ୍ରୀ ନେଇ ରଖିବା,କେନ୍ଦ୍ର ମାନଙ୍କ ରେ ମା ମାନଙ୍କୁ ସାହାଯ୍ୟ କରିବା, ପ୍ରତ୍ୟୁଷରୁ ମା ମାନଙ୍କୁ ମନ୍ଦିର ଦର୍ଶନ ପାଇଁ ନେବା, ସ୍ବାସ୍ଥ୍ୟ ଖରାପ ହେଲେ ଚିକିତ୍ସା ରେ ସହାୟକ ହେବା,ମହାପ୍ରସାଦ ସେବନରେ ସହାୟତା କରିବା ଇତ୍ୟାଦି କାର୍ଯ୍ୟ କୁ ପରିଚାଳନା କରିଥାନ୍ତି।ପୂର୍ବରୁ ଜିଲ୍ଲାପାଳ ଶ୍ରୀ ପରିଡା ଏକାଧିକ ବାର ସ୍ବେଚ୍ଛାସେବୀ ମାନଙ୍କ ସହ ଆଲୋଚନା ବୈଠକ କରିବା ସହ ହବିଷ୍ୟାଳୀ ସେବା କାର୍ଯ୍ୟ ରେ ସହଯୋଗ ପାଇଁ ଅନୁରୋଧ କରିଥିଲେ।ମା ମାନଙ୍କ ର ଏହି ପବିତ୍ର ବ୍ରତ ରେ ସେବା ଏକ ମହତ କାମ।ସ୍ବେଚ୍ଛାସେବୀ ମାନଙ୍କ ସହଯୋଗ ମା ମାନଙ୍କୁ ଆଶ୍ବସ୍ତି ଦେଇଛି ଓ ସେମାନଙ୍କ ଭରସା କୁ ବଢାଇଛି।ହବିଷ୍ୟାଳୀ କାର୍ଯ୍ୟ କୁ ମିଳିତ ଭାବେ ସଫଳ କରିବା ବୋଲି ଜିଲ୍ଲାପାଳ କହିବା ସହ ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶଂସା କରିଛନ୍ତି।ହବିଷ୍ୟାଳୀ କାର୍ଯ୍ୟ ରେ ରେଡକ୍ରସ,ସେଣ୍ଟ ଜନ ଆମ୍ବୁଲାନ୍ସ,ମିଶନ ଓଡିଶା, ଭାରତ ବିକାଶ ପରିଷଦ, ବିବେକାନନ୍ଦ ଯୁବ ଶକ୍ତି,ହାପିନେସ ଫାଉଣ୍ଡେସନ, ସମ୍ପର୍କ ଅନୁଷ୍ଠାନ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି କର୍ମୀ,ସୁପରଭାଇଜର, ଆଶା କର୍ମୀ ସ୍ବେଚ୍ଛାସେବୀ ଭାବେ ସହାୟତା କରୁଛନ୍ତି।

Leave a Reply

Your email address will not be published. Required fields are marked *