ହାତୀ ଆକ୍ରମଣରେ ଜଣେ ଗୁରୁତର
କାମାକ୍ଷାନଗର-ପରଜଙ୍ଗ ଥାନାଚାନ୍ଦପୁର ପଞ୍ଚାୟତ ଟିପେଇଝରଣ ଗାଁ ରେ ହାତୀ ଆକ୍ରମ ରେ ଜଣେ ଗୁରୁତର, ଗୁରୁତର ଜଣଙ୍କ ହେଉଛନ୍ତି ସେହି ଗ୍ରାମର ବୀର ପ୍ରଧାନ, ସେ ଗତ କାଲି ସଂଧ୍ୟାରେ ଗାଈ ଖୋଜିବାକୁ ଯାଇ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ,ତେବେ ହାତୀ ଟି ତାଙ୍କୁ ଶୁଣ୍ଢ ରେ କଚାଡି ଦେଇଥିଲା, ଫଳରେ ତାଙ୍କ ଛାତିରେ ଗଭୀର ଆଘାତ ଲାଗିଛି। ତେବେ ଗୁରୁତର ଭାବେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣା ପଡିଛି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
