ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନିୟ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୀ ସହରର ୨୩ ଜଣ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତିଭୁଷଣ କର ଯୋଗ ଦେଇ ରାଜ୍ୟରେ ବଢି ଚାଲିଥିବା ସାମ୍ବାଦିକ ଆକ୍ରମଣ ଘଟଣାକୁ ତିବ୍ର ନିନ୍ଦା କରିଥିଲେ। ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ଶ୍ରୀକର ଦାବି କରିଥିଲେ। ବିଧାନସଭାର ଆସନ୍ତା ଶୀତକାଳୀନ ଅଧିବେଶନ ସମୟରେ ଏନେଇ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ଶ୍ରୀକର ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ବରିଷ୍ଠ ଇପଶିତ ପ୍ରତିହାରୀ, ସଞ୍ଜୟ ପତି,କମଳଲୋଚନ ଦୀକ୍ଷିତ, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି,ମାନସ ରଞ୍ଜନ ଦାଶ,ସରୋଜ କୁମାର ବେହେରା, ବିଜୟ କୁମାର ମହାପାତ୍ର, ଅବନୀ ଭୂଷଣ ବାରିକ,ଧିରେନ୍ଦ୍ର ସେନାପତି,ସୁରେଶ କୁମାର ମହାନ୍ତି, ଆଦିତ୍ୟ କୁମାର ରାଉତ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଗଠନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପେସାଦାର ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମକୁ ଜିଲ୍ଲାସଭାପତି ଘୋଷଣା କରିଥିଲେ। ଶେଷରେ ସଂଗଠନ ସମ୍ପାଦକ ବିଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *