ମୁଖ୍ୟମନ୍ତ୍ରୀ ଙ୍କ ବାୟୁସେନା ଭାବରେ ଏକ ବିଶେଷଜ୍ଞ ଡ଼ାକ୍ତରୀ ଦଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଠାରେ ପହଞ୍ଚିଛି
ତା୧୮/୮ ରୁ୨୧/୮ ପର୍ଯ୍ୟନ୍ତ ସ୍ବତନ୍ତ୍ର ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବାରୁ ଶତାଧିକ ରୋଗୀବେଶ ଉପକୃତ ହେଉଛନ୍ତି।ବୋଲି ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସୂତ୍ରରୁ ପ୍ରକାଶ ପାଇଛି।ଏହି ଚିକିତ୍ସା ଦଳରେ ହୃଦରୋଗ, ସ୍ନାୟୁ ରୋଗ, ପାଚନରୋଗ, ବୃକକ ରୋଗ, ହର୍ମୋନ ରୋଗ , ନାଡି ରୋଗ ଓ ନିଶ୍ଚେତକ ବିଭାଗ ର ବିଶେଷଜ୍ଞ ମାନେସାମିଲ ଅଛନ୍ତି।ସେମାନଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହଚିକିତ୍ସାଳୟ ର ଡାକ୍ତର ମାନେ ସହଯୋଗ କରିବାରୁ ଶତାଧିକ ରୋଗୀ ବେଶ ଉପଶମ ଅନୁଭବ କରୁଛନ୍ତି।।

ଆଗାମୀଦିନରେ ଏହି ସେବା ଜାରି ରହିଲେ ଏହି ଅଞ୍ଚଳର ରୋଗୀମାନଙ୍କୁ ଆଉ କଟକ /ଭୁବନେଶବର ଯାଇ ଖର୍ଚ୍ଚାନ୍ତ ହେବାକୁ ହେବନାହିଁ।ଜିଲ୍ଲାରେ ଲଗାଣ ବର୍ଷାମଧ୍ୟରେ ମୁମୂର୍ଶୁ ମାନଙ୍କ ଜୀବନରେ ଆଶାର ଇନ୍ଦ୍ରଧନୁସୃଷ୍ଟି କରିଥିବାରୁ ନୂତନ କରି ଆସିଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ (ଭ ପ୍ର ସେ) ସେମାନଙ୍କୁସାଧୁବାଦ୍ ଦେବା ସହ ରୋଗ ସହ ଲଢ଼ୁଥିବା ରୋଗୀ ମାନଙ୍କ ଲାଗି ସଂଜୀବନୀ ବୋଲି ମତବ୍ୟକ୍ତ କରିଛନ୍ତି।
