ଆନନ୍ଦପୁର ସ୍ଥିତ ସର୍ବ ପୁରାତନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ଅନିଶ୍ଚିତତା ମଧ୍ୟରେ ଆନନ୍ଦପୁର

ଆନନ୍ଦପୁର ସ୍ଥିତ ସର୍ବପୁରାତନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ର ସମର ଶିକ୍ଷାର୍ଥୀ ବାହିନୀ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାବେଳେ ଜଣେ କ୍ରୀଡା ଶିକ୍ଷକଙ୍କୁ ଡିପ୍ଲୋମେସିରେ ଅଣାଯାଇଥିଲା । କିନ୍ତୁ ପରିତାପର ବିଷୟ ଉକ୍ତ କ୍ରୀଡା ଶିକ୍ଷକ ଜଣକ ରେଗୁଲାର ଶିକ୍ଷକ ନ ହୋଇଥିବାରୁ ସମର ଶିକ୍ଷାର୍ଥୀ ବାହିନୀ ନିୟମ ଅନୁଯାଇ ଉକ୍ତ କ୍ରୀଡା ଶିକ୍ଷକ ଜଣକ ଡିପ୍ଲୋମେସି ରେ ଥିବାରୁ ସେ ସମର ଶିକ୍ଷାର୍ଥୀ ବାହିନୀ ବାଟାଲିୟନରେ ଟ୍ରେନିଂ ନେଇପାରିବେ ନାହିଁ । ତେଣୁ ଉକ୍ତ ଶିକ୍ଷକଙ୍କୁ ରେଗୁଲାର କରାଯିବା ନିମନ୍ତେ ଗଣ ଶିକ୍ଷା ବିଭାଗ ନିର୍ଦେଶକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କ୍ରୀଡା ଶିକ୍ଷକଙ୍କୁ ରେଗୁଲାର ନା କରାଯିବା ଏବଂ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଖୋଲିଯାଇଥିବାବେଳେ ଆଗକୁ ସାଧାରଣତନ୍ତ୍ର ଦିବସ ରହିଥିବାବେଳେ ଛାତ୍ରମାନେ ସମର ଶିକ୍ଷାର୍ଥୀ ବାହିନୀ ଟ୍ରେନିଂ ନେବାରୁ ବଂଚିତ ହେଉଛନ୍ତି । ତେଣୁ ଉକ୍ତ କ୍ରୀଡା ଶିକ୍ଷକ ଙ୍କୁ ରେଗୁଲାର କରିବା ସହ ତାଙ୍କୁ ସମର ଶିକ୍ଷାର୍ଥୀ ବାହିନୀ ଟ୍ରେନିଂ ନିମନ୍ତେ ପଠାଇବାକୁ ସାଧାରଣରେ ଦାବି ହୋଇଥିବାବେଳେ ପୁରାତନ ଛାତ୍ର ଓ ଅଭିଭାବକ ବୃନ୍ଦ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *